କେନ୍ଦ୍ର ସରକାରଙ୍କ ପାଖକୁ ଯିବ ଅଦିନିଆ ରଥଯାତ୍ରା ପ୍ରସଙ୍ଗ
ଅଦିନିଆ ରଥଯାତ୍ରାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଗଜପତି । ଇସ୍କନ ଏବଂ ଅନ୍ୟ ସଂସ୍ଥା ଅଦିନିଆ ରଥଯାତ୍ରା ଓ ଯାନି ଯାତ୍ରା ଆୟୋଜନ ଉଚିତ୍ ନୁହେଁ । ଏହାକୁ ନେଇ ଉଦବେଗ ପ୍ରକାଶ ପାଇଛି ପରିଚାଳନା କମିଟି ବୈଠକରେ । ରାଜ୍ୟ ସରକାରଙ୍କୁ ଜଣାଇବା ପରେ କେନ୍ଦ୍ର ସରକାରଙ୍କୁ ଏ ବିଷୟରେ ଅବଗତ କରାଯିବ । ଅଦିନିଆ ରଥଯାତ୍ରା ଓ ଯାନିଯାତ୍ରା ବନ୍ଦ କରିବା ପାଇଁ ନିଳାଦ୍ରୀ ବିଜେ ପରେ ଏକ ସ୍ବତନ୍ତ୍ର ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ । ଜମିଜମା ସଂପର୍କିତ ଆଲୋଚନା ମଧ୍ୟ ହୋଇଛି। ଶ୍ରୀମନ୍ଦିର ଆଇନ ସଂଶୋଧନ ନେଇ ପରିଚାଳନା କମିଟି ସରକାରଙ୍କୁ ଚିଠା ଦେଇଛନ୍ତି। ଶ୍ରୀମନ୍ଦିର ସେବକ ମାନଙ୍କ ପାଇଁ ଗୁରୁକୁଳ ପ୍ରକଳ୍ପକୁ ଓବିସିସି ଠିକ୍ ସମୟରେ ଶେଷ ନକଲେ ଅନ୍ୟ ସଂସ୍ଥାକୁ ଦିଆଯିବ। ବାହାର ରତ୍ନଭଣ୍ଡାରରେ ୬ଟି ତାଲା ପଡ଼ିଥାଏ। ଭଣ୍ଡାର ମେକାପ ଯେଉଁ ତାଲା ବ୍ୟବହାର କରୁଛନ୍ତି ତାହା ପୁରୁଣା ହୋଇଯାଇଛି। ନୂତନ ତାଲା ପାଇଁ ପରିଚାଳନା କମିଟି ଅନୁମତି ଦେଇଛି। ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଆଗାମୀ ସ୍ନାନଯାତ୍ରା ଠାରୁ ନିଳାଦ୍ରୀ ବିଜେ ପର୍ୟ୍ୟନ୍ତ ସମସ୍ତ କାର୍ୟ୍ୟ ସୁରୁଖୁରୁରେ ସମ୍ପନ୍ନ ହେବ ବୋଲି ଆଶା ରଖିଛି ପରିଚାଳନା କମିଟି।
What's Your Reaction?