ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

Jan 9, 2025 - 14:41
 0  1
ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଆଜି ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରବାସୀ ଭାରତୀୟ ଦିବସ ପାଳନ ଅବସରରେ ଜନତା ମଇଦାନରୁ ଆଭାସି ବ୍ୟବସ୍ଥା  ମାଧ୍ୟମରେ ମୋଦି ଏହି ରେଳର କରିଛନ୍ତି ଶୁଭାରମ୍ଭ। ପ୍ରବାସୀ ଭାରତୀୟ ଏକ୍ସପ୍ରେସ ଏକ ସ୍ୱତନ୍ତ୍ର ଅତ୍ୟାଧୁନିକ ପର୍ଯ୍ୟଟନ ରେଳ, ଯାହାକି ବିଶେଷ ଭାବରେ ଭାରତୀୟ ବଂଶୋଦ୍ଭବ ଏବଂ ପ୍ରବାସୀ ଭାରତୀୟଙ୍କ ଉଦ୍ଦେଶ୍ୟରେ ହୋଇଛି ଆରମ୍ଭ।କେବଳ ୪୫ରୁ ୬୫ ବର୍ଷ ବୟସର ପ୍ରବାସୀ ଭାରତୀୟ ଏହି ରେଳରେ ଯାତ୍ରା କରି ଦେଶର ବିଭିନ୍ନ ପର୍ଯ୍ୟଟନ ଓ ଧାର୍ମିକ ସ୍ଥଳୀକୁ  କରିପାରିବେ ଦର୍ଶନ।ଏହି ରେଳର ସର୍ବାଧିକ ଯାତ୍ରୀ କ୍ଷମତା ୧୫୬ ହୋଇଥିବାବେଳେ ଯାତ୍ରାର ସମୟ ଅବଧି ହେଉଛି ୩ ସପ୍ତାହ। ବୈଦେଶିକ ମନ୍ତ୍ରଣାଳୟର ପ୍ରବାସୀ ତୀର୍ଥ ଦର୍ଶନ ଯୋଜନା ଅଧୀନରେ ଏହି ପ୍ରକଳ୍ପ ହେଉଛି କାର୍ଯ୍ୟକାରୀ।ଏହା ପୂର୍ବରୁ ଜନତା ମଇଦାନଠାରେ ଆୟୋଜିତ ହୋଇଥିବା ୧୮ତମ ପ୍ରବାସୀ ଭାରତୀୟ ମହାକୁମ୍ଭକୁ  ଉଦ୍‌ଘାଟନ କରି ପ୍ରବାସୀମାନଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଥିଲେ ପ୍ରଧାନମନ୍ତ୍ରୀ।

What's Your Reaction?

like

dislike

love

funny

angry

sad

wow