ବରମୁଣ୍ଡା ବସଷ୍ଟାଣ୍ଡରେ ମିଳିଛି ବିବାହିତ ମହିଳାଙ୍କ ମୃତଦେହ

Aug 31, 2024 - 11:56
 0  2
ବରମୁଣ୍ଡା ବସଷ୍ଟାଣ୍ଡରେ ମିଳିଛି ବିବାହିତ ମହିଳାଙ୍କ ମୃତଦେହ

ବରମୁଣ୍ଡା ବସଷ୍ଟାଣ୍ଡରେ ମିଳିଛି ବିବାହିତ ମହିଳାଙ୍କ ମୃତଦେହ। ରାତି ପ୍ରାୟ ସାଢ଼େ ୧୦ଟା ବେଳେ ପୁରୁଣା ବସଷ୍ଟାଣ୍ଡ ଟର୍ମିନାଲରୁ ଉଦ୍ଧାର କରାଯାଇଛି ମହିଳାଙ୍କ ମୃତଦେହ। ଖବର ପାଇ ଭରତପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଛି ତଦନ୍ତ। ମହିଳାଙ୍କ ହାତରୁ ଜବତ ହୋଇଛି ଏକ ବସ ଟିକଟ। ସେଥିରୁ ଜଣାପଡିଛି, ଗଞ୍ଜାମ ଜିଲା ସୋରଡ଼ାକୁ ଯାଇଥାନ୍ତେ ମହିଳା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ମୃତ ମହିଳାଙ୍କ ସହ ଥିଲେ ଜଣେ ଯୁବକ । ଟିକଟ କାଉଣ୍ଟର ନିକଟରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ମଧ୍ୟରେ ହୋଇଥିଲା ଝଗଡ଼ା। ସଂପୃକ୍ତ ଯୁବକ ମଧ୍ୟ ମହିଳାଙ୍କୁ ମାଡ଼ ମାରୁଥିଲେ। ତେବେ ଯାଞ୍ଚ ସମୟରେ ମହିଳାଙ୍କ ମୃତଶରୀରରେ କୌଣସି କ୍ଷତଚିହ୍ନ ଦେଖି ନାହିଁ ପୁଲିସ। କିନ୍ତୁ ମହିଳାଙ୍କ ସହିତ ଝଗଡ଼ା କରିଥିବା ଯୁବକ ଜଣଙ୍କ କିଏ ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହାସ୍ପାତାଳକୁ ପଠାଇଛି।

What's Your Reaction?

like

dislike

love

funny

angry

sad

wow