ପଶ୍ଚିମବଙ୍ଗକୁ କଡା ଜବାବ ଦେଇଛନ୍ତି ଓଡ଼ିଶାର ବିଭିନ୍ନ ସାମାଜିକ ସଂଗଠନ

Aug 9, 2024 - 12:41
 0  1
ପଶ୍ଚିମବଙ୍ଗକୁ କଡା ଜବାବ ଦେଇଛନ୍ତି ଓଡ଼ିଶାର ବିଭିନ୍ନ ସାମାଜିକ ସଂଗଠନ

ପଶ୍ଚିମବଙ୍ଗକୁ କଡା ଜବାବ ଦେଇଛନ୍ତି ଓଡ଼ିଶାର ବିଭିନ୍ନ ସାମାଜିକ ସଂଗଠନ। ପଶ୍ଚିମବଙ୍ଗ ସରକାର ପର୍ଯ୍ୟାପ୍ତ ପରିମାଣର ଆଳୁ ଗାଡି ଛାଡୁନଥିବାରୁ ଓଡ଼ିଶାରେ ଦେଖାଦେଇଛି ଆଳୁ ସଙ୍କଟ । ଏହାର ପ୍ରତି ଜବାବରେ ଓଡ଼ିଶା ଦେଇ ପଶ୍ଚିମବଙ୍ଗକୁ ଯାଉଥିବା ପରିବା ଗାଡିକୁ ଛାଡିନାହାଁନ୍ତି କଟକ ବିଭିନ୍ନ ସାମାଜିକ ସଂଗଠନ। ପଶ୍ଚିମବଙ୍ଗ ସରକାରଙ୍କ ବୈମାତୃକ ମନୋଭାବକୁ ପ୍ରତିବାଦ କରି ୧୬ ନଂ ଜାତୀୟ ରାଜପଥରେ ପରିବା ବୋଝେଇ ଗାଡି ସହ ଅନ୍ୟାନ୍ୟ ଗାଡିଗୁଡିକୁ ରାସ୍ତାରେ ଅଟକାଇଛନ୍ତି ସଂଗଠନର ସଦସ୍ୟ। ପଶ୍ଚିମବଙ୍ଗ ସରକାରଙ୍କ ରାଜନୈତିକ ଉଦ୍ଦେଶ୍ୟ ରଖି ଓଡ଼ିଶାକୁ ଆଳୁ ଗାଡି ନଛାଡିବା ପ୍ରତିବାଦରେ ଓଡ଼ିଶା ମଧ୍ୟ ଦେଇ ପଶ୍ଚିମବଙ୍ଗକୁ କୌଣସି ଖାଦ୍ୟ ସାମଗ୍ରୀ ଗାଡି ଛଡାଯିବ ନାହିଁ ବୋଲି ଦେଇଛନ୍ତି ଚେତାବନୀ । ଆଜି ସକାଳୁ ମଙ୍ଗୁଳି ଛକରେ ଗାଡି ଗୁଡିକ ଅଟକାଇ ପ୍ରତିବାଦ କରିଛନ୍ତି ସଂଗଠନର ସଦସ୍ୟ।

What's Your Reaction?

like

dislike

love

funny

angry

sad

wow