ବାହ୍ୟ ଜଗତରୁ ବିଛିନ୍ନ କଳାପଥର -କଣ୍ଟିଲୋ ରାଜ୍ୟ ରାଜପଥ ରାସ୍ତା ।

Aug 8, 2024 - 12:17
 0  3
ବାହ୍ୟ ଜଗତରୁ ବିଛିନ୍ନ କଳାପଥର -କଣ୍ଟିଲୋ ରାଜ୍ୟ ରାଜପଥ ରାସ୍ତା ।

ରାଜ୍ୟରେ ଗତ କିଛି ଦିନ ହେବ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଜାରି ରହିଛି ଲଗାଣ ବର୍ଷା। ପ୍ରବଳ ବର୍ଷା କାରଣରୁ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି କଳାପଥର -କଣ୍ଟିଲୋ ରାଜ୍ୟ ରାଜପଥ ରାସ୍ତା । ଫଳରେ ଗମନା ଗମନ ହୋଇଯାଇଛି ବାଧାପ୍ରାପ୍ତ। 2019ରୁ କାଳିଗିରି ହଇଲେବଲ ସେତୁ ତିଆରି ଆରମ୍ଭ ହୋଇଥିବା ବେଳେ ଆଜକୁ ୬ବର୍ଷ ବିତି ଯାଇଛି। ଶତାଧିକ ଧାନ ଫସଲ ଜଳମଗ୍ନ ହୋଇଥିବାବେଳେ ପନିପରିବା ଚାଷ ନଷ୍ଟ ହୋଇଯିବାରୁ ମୁଣ୍ଡରେ ହାତଦେଇ ବସିଛି ଚାଷୀ। ପଶ୍ଚିମ ବାଙ୍କୀର ମବରୁଦଣ୍ଡ କଳାପଥର ଅଞ୍ଚଳଟି ବ୍ୟବସାୟ ପେଣ୍ଠସ୍ଥଳ ହୋଇଥିବାରୁ ଏହି ରାସ୍ତା ଉପରେ ପ୍ରାୟ ୨୦ଜିଲ୍ଲାକୁ ଯାତାୟତ କରିଥାଏ ବସ । ରାସ୍ତା ଜଳମଗ୍ନ ହୋଇଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାରେ ଫସି ରହିଛନ୍ତି।

What's Your Reaction?

like

dislike

love

funny

angry

sad

wow