ସାରା ଦେଶରେ ଶସ୍ତାରେ ବିକ୍ରି ହେବ ପିଆଜ।

Sep 15, 2024 - 11:48
 0  5
ସାରା ଦେଶରେ ଶସ୍ତାରେ ବିକ୍ରି ହେବ ପିଆଜ।

ପିଆଜ ଦରରୁ ସାଧାରଣ ଲୋକଙ୍କୁ ମିଳୁଛି  ଆଶ୍ୱସ୍ତି। ସରକାରଙ୍କ ହସ୍ତକ୍ଷେପ ଏବଂ ଚଳିତ ମାସରୁ ସବସିଡି ଯୁକ୍ତ ପିଆଜ ବିକ୍ରି ଆରମ୍ଭ ହେବାର ପ୍ରଭାବ ଏବେ ଦେଖିବାକୁ ମିଳୁଛି ବଜାରରେ। କିଛି ଦିନ ହେବ ଦେଶର ପ୍ରମୁଖ ସହରଗୁଡ଼ିକରେ ନିୟନ୍ତ୍ରଣରେ ରହିଛି ପିଆଜ ଦର। ଖାଉଟି ବ୍ୟାପାର ମନ୍ତ୍ରଣାଳୟ ଶନିବାର କହିଛି ଯେ ଦିଲ୍ଲୀ, ମୁମ୍ବାଇ ଏବଂ ଚେନ୍ନାଇ ଭଳି ପ୍ରମୁଖ ସହରରେ କମିଛି ପିଆଜ ଦର। ଦିଲ୍ଲୀରେ ପିଆଜର ଖୁଚୁରା ଦର କିଲୋ ପିଛା ୫୫ ଟଙ୍କା , ମୁମ୍ବାଇରେ ୬୧ ଟଙ୍କା ଥିବା ବେଳେ ଚେନ୍ନାଇରେ କିଲୋ ପିଛା ୫୮ ଟଙ୍କାରେ ମିଳୁଛି। ପିଆଜଦର ବୃଦ୍ଧିକୁ ରୋକିବା ପାଇଁ ସରକାର ସେପ୍ଟେମ୍ବର ୫ରୁ ପ୍ରମୁଖ ସହରଗୁଡ଼ିକରେ ରିହାତି ମୂଲ୍ୟରେ ଆରମ୍ଭ କରିଛନ୍ତି ପିଆଜ ବିକ୍ରି। ଏହି ପ୍ରୟାସ ଅଧୀନରେ ଲୋକଙ୍କୁ କିଲୋ ପିଛା ୩୫ ଟଙ୍କା ରିହାତି ଦରରେ ପିଆଜ ଉପଲବ୍ଧ ହେଉଛି। ସମବାୟ ସଂସ୍ଥା ଏନସିସିଏଫ ଓ ନାଫେଡ ଜରିଆରେ ସରକାର ରିହାତି ମୂଲ୍ୟରେ ବିକ୍ରି କରୁଛନ୍ତି ପିଆଜ।  ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ-ଏନସିଆର ଏବଂ ମୁମ୍ବାଇବାସୀଙ୍କୁ ଶସ୍ତା ମୂଲ୍ୟରେ ପିଆଜ ଉପଲବ୍ଧ କରାଯାଉଛି। ଦ୍ବିତୀୟ ପର୍ଯ୍ୟାୟରେ କୋଲକାତା, ଗୌହାଟୀ, ହାଇଦ୍ରାବାଦ, ଚେନ୍ନାଇ, ବେଙ୍ଗାଲୁରୁ, ଅହମ୍ମଦାବାଦ, ରାୟପୁର ଭଳି ସହରକୁ ଅନ୍ତର୍ଭୁକ୍ତ କରିବା ସହ ତୃତୀୟ ପର୍ଯ୍ୟାୟରେ ସାରା ଦେଶରେ ଶସ୍ତାରେ ବିକ୍ରି ହେବ ପିଆଜ। ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଖାଦ୍ୟ ବଣ୍ଟନ ଓ ଖାଉଟି ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । 

What's Your Reaction?

like

dislike

love

funny

angry

sad

wow