ସ୍ୱାଧୀନତା ଦିବସ ଅବସରରେ ସଶସ୍ତ୍ର ବାହିନୀକୁ ସମ୍ବୋଧିତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ

Aug 15, 2024 - 11:39
 0  3
ସ୍ୱାଧୀନତା ଦିବସ ଅବସରରେ ସଶସ୍ତ୍ର ବାହିନୀକୁ ସମ୍ବୋଧିତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ

ସ୍ୱାଧୀନତା ଦିବସ ଅବସରରେ ସଶସ୍ତ୍ର ବାହିନୀକୁ ସମ୍ବୋଧିତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହି ଅବସରରେ ସେ କହିଛନ୍ତି ଦେଶର ପ୍ରତିରକ୍ଷା କ୍ଷେତ୍ରକୁ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ଗ୍ରହଣ କରିଛନ୍ତି ଅନେକ ସଂସ୍କାରମୂଳକ ପଦକ୍ଷେପ । ଗତ ୧୦ ବର୍ଷ ମଧ୍ୟରେ ସ୍ୱଦେଶୀ କମ୍ପାନିମାନଙ୍କଠାରୁ କିଣାଯାଇଛି ୬ ଲକ୍ଷ କୋଟି ଟଙ୍କାର ପ୍ରତିରକ୍ଷା ଉପକରଣ। ଏହି ସମୟ ମଧ୍ୟରେ ଦେଶର ପ୍ରତିରକ୍ଷା ଉତ୍ପାଦନ ହୋଇଛି ଦ୍ୱିଗୁଣିତ । ଘରୋଇ ପ୍ରତିରକ୍ଷା ଉତ୍ପାଦନ ଅତିକ୍ରମ କରିଛି ୧.୨୫ ଲକ୍ଷ କୋଟି ଟଙ୍କା । ଏକ ସମୟ ଥିଲା ଯେତେବେଳେ ଭାରତ ଏକ ଅସ୍ତ୍ରଶସ୍ତ୍ର ଆମଦାନୀକାରୀ ଦେଶ ଭାବରେ ପରିଚିତ ଥିଲା କିନ୍ତୁ ବର୍ତ୍ତମାନ ଏହା ଆଗକୁ ଯାଇ ରପ୍ତାନିକାରୀ ଭାବରେ ନିଜର ପରିଚୟ ସୃଷ୍ଟି କରୁଛି ବୋଲି ଶ୍ରୀ ସିଂହ କହିଛନ୍ତି ଯେ । ୨୦୨୩-୨୪ରେ ଦେଶର ପ୍ରତିରକ୍ଷା ରପ୍ତାନି ୨୧ ହଜାର କୋଟି ଟଙ୍କାର ରେକର୍ଡ ସ୍ତରରେ ପହଞ୍ଚିଛି। ଚଳିତ ବର୍ଷର କେନ୍ଦ୍ର ବଜେଟରେ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ୬.୨୨ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଛି, ଯାହା କି ସମସ୍ତ ମନ୍ତ୍ରଣାଳୟ ମଧ୍ୟରେ ସର୍ବାଧିକ। ସଶସ୍ତ୍ର ବାହିନୀରେ ଯୁବଗୋଷ୍ଠୀଙ୍କ ଗୁରୁତ୍ୱ ଉପରେ ଆଲୋକପାତ କରି ଶ୍ରୀ ସିଂହ କହିଥିଲେ ଯେ ଅଗ୍ନିପଥ ଯୋଜନା ଦେଶର ଶକ୍ତି ବୃଦ୍ଧି କରିବ। ଅଗ୍ନିପଥ ଯୋଜନାକୁ ସମଗ୍ର ଦେଶରୁ ମିଳୁଛି ସମର୍ଥନ । ଦେଶର ଯୁବପିଢ଼ି ଖୁବ୍ ଉତ୍ସାହର ସହ ଦେଶର ପ୍ରତିରକ୍ଷା ବାହିନୀରେ ଯୋଗ ଦେଉଛନ୍ତି। ଅଗ୍ନିପଥ ଯୋଜନାର ପ୍ରଥମ ଦୁଇ ବ୍ୟାଚରେ ୪୦ ହଜାର ଅଗ୍ନିବୀର ତାଲିମ ଶେଷ କରିଛନ୍ତି।

What's Your Reaction?

like

dislike

love

funny

angry

sad

wow