୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ଗଲା ସଞ୍ଜୟ ରାୟ

Aug 23, 2024 - 17:52
 0  3
୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ଗଲା ସଞ୍ଜୟ ରାୟ

କୋଲକାତାର ଆର.ଜି କର ହସ୍ପିଟାଲର ମହିଳା ଡାକ୍ତରଙ୍କୁ ବଳାତ୍କାର ମାମଲାର ଖୋଳତାଡ଼ କରୁଛି ସିବିଆଇ । ଏହାରି ମଧ୍ୟରେ ଆଜି ସିବିଆଇକୁ ମିଳିଛି ସଂଜୟ ରାୟର ନ୍ୟାୟିକ ହେପାଜତ । ସ୍ୱତନ୍ତ୍ର କୋର୍ଟ ମାମଲାରେ ଅଭିଯୁକ୍ତ ସଂଜୟ ରାୟଙ୍କୁ ରିମାଣ୍ଡରେ ନେବାକୁ ପ୍ରଦାନ କରିଛନ୍ତି ଅନୁମତି  । କୋର୍ଟ ଅଭିଯୁକ୍ତକୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । ସାଇକୋ ଟେଷ୍ଟ ରିପୋର୍ଟରୁ ଜଣାପଡିଛି ଯେ ସଞ୍ଜୟ ରାୟ ଜଣେ ପଶୁ ପ୍ରବୃତ୍ତିର ବ୍ୟକ୍ତି । ତାଙ୍କ ମସ୍ତିଷ୍କ ଯୌନ ବିକୃତ ହୋଇଥିଲେ ମଧ୍ୟ ସେ ଜଣେ ସାଧାରଣ ବ୍ୟକ୍ତି ପରି ଦେଖାଯାଉଛି । ସିବିଆଇ ଅଧିକାରୀ କହିଛନ୍ତି ଯେ ସଂଜୟ ଜେରା ବେଳେ ଠୋ ଠୋ ହୋଇ ହସୁଛି । ଘଟଣା ସ୍ଥଳରେ ସଂଜୟର ଉପସ୍ଥିତି ଥିବା ବିଭିନ୍ନ ଯାଞ୍ଚରୁ ହୋଇଛି ସ୍ପଷ୍ଟ ।

What's Your Reaction?

like

dislike

love

funny

angry

sad

wow