୨୦୨୬ ମିସ୍ ୟୁନିଭର୍ସ ମୁକୁଟ ଜିତିଲେ ଜେନିଫର୍ ବାରେଟୋ
କେବଳ ସୌନ୍ଦର୍ଯ୍ୟ ନୁହେଁ, ବୁଦ୍ଧିମତ୍ତା, ବିଚାରଶକ୍ତି ଓ ମାନବିକ ମୂଲ୍ୟବୋଧ ମଧ୍ୟ ବିଶ୍ୱସୁନ୍ଦରୀ ପ୍ରତିଯୋଗିତାରେ ବିଜୟର ମାପକାଠି। ଏହାର ଉଦାହରଣ ସୃଷ୍ଟି କରିଛନ୍ତି ପୁଏର୍ତୋ ରିକୋର ଜେନିଫର ବାରେଟୋ।
କେବଳ ସୌନ୍ଦର୍ଯ୍ୟ ନୁହେଁ, ବୁଦ୍ଧିମତ୍ତା, ବିଚାରଶକ୍ତି ଓ ମାନବିକ ମୂଲ୍ୟବୋଧ ମଧ୍ୟ ବିଶ୍ୱସୁନ୍ଦରୀ ପ୍ରତିଯୋଗିତାରେ ବିଜୟର ମାପକାଠି। ଏହାର ଉଦାହରଣ ସୃଷ୍ଟି କରିଛନ୍ତି ପୁଏର୍ତୋ ରିକୋର ଜେନିଫର ବାରେଟୋ। ୨୦୨୬ ମସିହାର ମିସ୍ ୟୁନିଭର୍ସ ମୁକୁଟ ଜିତି ସେ ନିଜ ଦେଶ ପାଇଁ ଗୌରବ ଆଣିଛନ୍ତି। ପ୍ରତିଯୋଗିତାର ଶେଷ ପର୍ଯ୍ୟାୟରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଓ ନେତୃତ୍ୱ ସମ୍ପର୍କିତ ପ୍ରଶ୍ନରେ ତାଙ୍କର ଉତ୍ତର ବିଶେଷ ଚର୍ଚ୍ଚାକୁ ଆସିଛି। ଗୋଟିଏ ସନ୍ତାନର ମା'''' ୨୭ ବର୍ଷୀୟା ବାରେଟୋ ଘରୋଇ ମାଟିରେ ୭୫ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତା ମୁକୁଟ ଜିତିଛନ୍ତି।
ପ୍ରତିଯୋଗିତାରେ ଶେଷ ପାଞ୍ଚଜଣଙ୍କ ମଧ୍ୟରେ ସ୍ଥାନ ପାଇଥିବା ଜେନିଫରଙ୍କୁ ପ୍ରଥମେ ପଚରାଯାଇଥିଲା, ଏଆଇର ବ୍ୟବହାର ବଢ଼ି ଚାଲିଥିବାବେଳେ ମଣିଷ କେଉଁ ମୂଲ୍ୟବୋଧକୁ କେବେ ବି ହରାଇବା ଉଚିତ ନୁହେଁ? ଏହାର ଉତ୍ତରରେ ସେ କହିଥିଲେ, ଏଆଇ ଆମ ଜୀବନର ଏକ ଅଂଶ ହୋଇ ରହିବ। ତେଣୁ ଏହାର ସତର୍କ ଓ ଦାୟିତ୍ୱପୂର୍ଣ୍ଣ ବ୍ୟବହାର ଜରୁରୀ। ମଣିଷ ଯାହା କହୁଛି ଓ ଯାହା କରୁଛି, ସେଥିରେ ସମାନତା ରହିବା ଦରକାର। ଏଆଇ ଯେତେ ଅଧିକ ବୁଦ୍ଧିମାନ ହେବ, ତାହାକୁ ସଠିକ୍ ଭାବେ ବ୍ୟବହାର କରିବା ପାଇଁ ମଣିଷକୁ ସେତେ ଅଧିକ ବିବେକବାନ ହେବାକୁ ପଡ଼ିବ।
ଅନ୍ତିମ ପର୍ଯ୍ୟାୟରେ ସମସ୍ତ ପାଞ୍ଚଜଣ ପ୍ରତିଯୋଗୀଙ୍କୁ ଗୋଟିଏ ପ୍ରଶ୍ନ ପଚରାଯାଇଥିଲା। ପ୍ରଶ୍ନ ଥିଲା, ବର୍ତ୍ତମାନ ବିଶ୍ୱର ନେତାମାନଙ୍କଠାରୁ ସବୁଠାରୁ ଅଧିକ କେଉଁ ଗୁଣ ଆଶା କରାଯାଉଛି? ଜେନିଫର କହିଥିଲେ, ବିଶ୍ୱକୁ ଏବେ ଦକ୍ଷତା ସହିତ ସମ୍ବେଦନଶୀଳ ଓ ସହାନୁଭୂତିଶୀଳ ନେତାଙ୍କ ଆବଶ୍ୟକତା ରହିଛି। ନେତାମାନେ କେବଳ ଅନ୍ୟଙ୍କୁ ବିଚାର କରିବା ଉଚିତ ନୁହେଁ, ବରଂ ନିଜ ଆଚରଣ ଓ କାର୍ଯ୍ୟ ମାଧ୍ୟମରେ ଉଦାହରଣ ସୃଷ୍ଟି କରିବା ଦରକାର। ସମାଜର ଲୋକଙ୍କ ଆବଶ୍ୟକତାକୁ ଶୁଣିବା ଓ ସେହି ଅନୁସାରେ ଯୋଜନା ପ୍ରସ୍ତୁତ କରିବା ଦ୍ୱାରା ହିଁ ସ୍ଥାୟୀ ପରିବର୍ତ୍ତନ ଆଣିହେବ ବୋଲି ସେ ମତ ଦେଇଥିଲେ।
ଜେନିଫରଙ୍କ ବିଜୟ ସହ ପୁଏର୍ତୋ ରିକୋ ଷଷ୍ଠ ଥର ପାଇଁ ହାସଲ କରିଛି ଏହି ମୁକୁଟ
ପ୍ରତିଯୋଗିତାରେ ଡୋମିନିକାନ୍ ରିପବ୍ଲିକ୍ର ମେଲିସା ନୁନେଜ୍ ପ୍ରଥମ ଉପବିଜେତା ଓ ଭେନେଜୁଏଲାର କ୍ଲାରା ଭେଗାସ୍ ଦ୍ୱିତୀୟ ଉପବିଜେତା ହୋଇଛନ୍ତି। ପୁଏର୍ତୋ ରିକୋର ସେନ୍ ଜୁଆନ୍ରେ ଆୟୋଜିତ ଏହି ୭୫ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ୧୩୦ରୁ ଅଧିକ ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଜେନିଫରଙ୍କ ବିଜୟ ସହ ପୁଏର୍ତୋ ରିକୋ ଷଷ୍ଠ ଥର ପାଇଁ ଏହି ମୁକୁଟ ହାସଲ କରିଛି।
What's Your Reaction?