ଅଗଷ୍ଟ ୩୦ରେ ପଦ୍ମ ଧରିବେ ଚମ୍ପାଇ ସୋରେନ

Aug 27, 2024 - 11:30
 0  1
ଅଗଷ୍ଟ ୩୦ରେ ପଦ୍ମ ଧରିବେ ଚମ୍ପାଇ ସୋରେନ

ଅଗଷ୍ଟ ୩୦ରେ ବିଜେପିରେ ଯୋଗ ଦେବେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ। ସୋମବାର ରାତିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଭେଟିବା ପରେ ସେ ନେଇଛନ୍ତି ଏହି ନିଷ୍ପତ୍ତି। ଏହି ସାକ୍ଷାତ ସମୟରେ ସେ ଅମିତ ଶାହାଙ୍କ ସହ ଭବିଷ୍ୟତ ରଣନୀତିକୁ ନେଇ ଦୀର୍ଘ ସମୟ ଧରି କରିଥିଲେ ଆଲୋଚନା । ଏହି ଅବସରରେ ଝାଡ଼ଖଣ୍ଡ ବିଜେପିର ନିର୍ବାଚନ ସହ ପ୍ରଭାରୀ ତଥା ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ମଧ୍ୟ ଥିଲେ ଉପସ୍ଥିତ । ରାତି ସାଢ଼େ ୧୧ଟାରେ ହେମନ୍ତ ବିଶ୍ୱଶର୍ମା କହିଛନ୍ତି ଯେ ଅଗଷ୍ଟ ୩୦ରେ ରାଞ୍ଚିରେ ବିଜେପିରେ ଯୋଗ ଦେବେ ଚମ୍ପାଇ ସୋରେନ ।ଚମ୍ପାଇଙ୍କ ସହ ତାଙ୍କ ପୁଅ ବାବୁଲାଲ ସୋରେନ ମଧ୍ୟ  ବିଜେପିରେ ଯୋଗ ଦେବେ ବୋଲି ହୋଇଛି ସ୍ଥିର। ସେ ବିଜେପି ଟିକେଟରେ ବିଧାନସଭା ନିର୍ବାଚନ ଲଢ଼ିବେ ବୋଲି ହେଉଛି ଚର୍ଚ୍ଚା । 

What's Your Reaction?

like

dislike

love

funny

angry

sad

wow