ଆଜି ପବିତ୍ର ନନ୍ଦୋତ୍ସବ : ଶ୍ରୀମନ୍ଦିରରେ ପାଳିତ ହେବ ସ୍ୱତନ୍ତ୍ର ନୀତି

Aug 27, 2024 - 11:23
 0  1
ଆଜି ପବିତ୍ର ନନ୍ଦୋତ୍ସବ : ଶ୍ରୀମନ୍ଦିରରେ ପାଳିତ ହେବ ସ୍ୱତନ୍ତ୍ର ନୀତି

ଆଜି ପବିତ୍ର ନନ୍ଦୋତ୍ସବ । ପ୍ରଭୁ ଶ୍ରୀ କୃଷ୍ଣ ଧରାବତରଣ କରିବା ପରେ ନନ୍ଦ ଘରେ ଆନନ୍ଦର ଉତ୍ସବ ।ସବୁଆଡେ ଉତ୍ସବ ଉତ୍ସାହରେ ଆତ୍ମବିଭୋର ଭକ୍ତଗଣ । ସେପଟେ ଶ୍ରୀମନ୍ଦିରରେ ଆଜି ପାଳିତ ହେବ ନନ୍ଦୋତ୍ସବ ନୀତି। ସନ୍ଧ୍ୟା ଆଳତୀ ସରିବା ପରେ ମହାଜନ ସେବାୟତମାନେ ରାମକୃଷ୍ଣ ଓ ଦକ୍ଷିଣଘରୁ ମଦନମୋହନଙ୍କୁ ଜଗମୋହନ ଦୋଳିରେ କରାଇବେ ବିଜେ । ପରେ ହେବ ମଇଲମ ଓ ଅନ୍ୟାନ୍ୟ ନୀତି । ଏହି ନୀତି ସରିବା ପରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ନିକଟରେ ହେବ  ଷଠି ଓ ମାର୍କଣ୍ଡି ପୂଜା।  ପରେ ମଙ୍ଗଳାର୍ପଣ ଓ ବନ୍ଦାପନା ନୀତି ପରେ ଭଣ୍ଡାର ଘରୁ ଦେବୀ ଦୁର୍ଗାଙ୍କୁ ପତିମହାପାତ୍ର ବିଜେ କରାଇ ଆଣି ଦୋଳିରେ ବସିଥିବା ରାମକୃଷ୍ଣ ଏବଂ ମଦନମୋହନଙ୍କୁ ଓହ୍ଲାଇ ଆଣି ଖଟ ଉପରେ କରାଇବେ ବିଜେ । ଭିତରଚ୍ଛ ମହାପାତ୍ର ନନ୍ଦରାଜା ରୂପରେ ଶ୍ରୀନହରକୁ ଯାଇ ଫେରିବା ପରେ ସ୍ନାନମଣ୍ଡପ ଉପରେ ବସିବେ । ଭରତିଆ ଗୌଡ଼, ପୁତ୍ର ଜନ୍ମ ହେବା ଖବର ନନ୍ଦରାଜାଙ୍କୁ ଦେବାର ରହିଛି ପରମ୍ପରା। ଆଜି ନନ୍ଦୋତ୍ସବରେ  ନନ୍ଦରାଜ ଓ ଯଶୋଦାରାଣୀଙ୍କ ଆନନ୍ଦକୁ ମନେ ପକାଇବାପାଇଁ ଏହି ଦିନ ଲୋକେ ଗାୟନ କୀର୍ତ୍ତନ କରିଥାନ୍ତି ଓ ନିଜର ଉପବାସ ଭାଙ୍ଗି ବଡ଼ି ସକାଳୁ ମିଷ୍ଟାନ୍ନ ଆଦାନ ପ୍ରଦାନ କରିଥାନ୍ତି ଓ ସେବନ କରିଥାନ୍ତି । 

What's Your Reaction?

like

dislike

love

funny

angry

sad

wow