ଆଜି ଖ୍ରୀଷ୍ଟ ଧର୍ମାବଳମ୍ବୀଙ୍କ ପବିତ୍ର ବଡ଼ଦିନ

ଆଜି ହେଉଛି ଖ୍ରୀଷ୍ଟ ଧର୍ମାବଳମ୍ବୀଙ୍କ ପବିତ୍ର ବଡ଼ଦିନ। ମଧ୍ୟରାତ୍ରରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଧରାବତରଣ କରିବା ପରେ ଚାରିଆଡେ ଦେଖିବାକୁ ମିଳିଛି ଉତ୍ସବର ମାହୋଲ। କ୍ରିସମାସ୍ ଟ୍ରି, ସ୍ନୋ ବଲ୍, ରଙ୍ଗୀନ୍ ଆଲୋକମାଳାରେ ଝଲସୁଛି ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଚର୍ଚ୍ଚ। ସମୂହ ପ୍ରାର୍ଥନା କରିବାକୁ ଚର୍ଚ୍ଚରେ ଜମିଛି ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନଙ୍କର ଭିଡ଼। ତେବେ କ୍ରିସମାସ ଉପଲକ୍ଷେ ପୁରୀ ବେଳାଭୂମିରେ ବିଶ୍ୱର ସର୍ବବୃହତ ବାଲୁକା କଳା ତଥା ଚକୋଲେଟ୍ ସାଣ୍ଟା କ୍ଲଜ୍ ପ୍ରସ୍ତୁତ କରିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ,ଯାହା ବିଶ୍ୱ ରେକର୍ଡ ଭାରତର ପୁସ୍ତକରେ ପାଇଛି ସ୍ଥାନ।
What's Your Reaction?






