ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ୭ ପ୍ରସଙ୍ଗରେ ହେବ ଆଲୋଚନା
ଆଜି ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ୭ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହେବ ଆଲୋଚନା । ପୂର୍ବାହ୍ନ ୧୦ଟା ୩୦ରେ ଜଗନ୍ନାଥ ମନ୍ଦିର ସଦର କାର୍ଯ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ ହେବ ବୈଠକ ।
ଆଜି ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ୭ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହେବ ଆଲୋଚନା। ପୂର୍ବାହ୍ନ ୧୦ଟା ୩୦ରେ ଜଗନ୍ନାଥ ମନ୍ଦିର ସଦର କାର୍ଯ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ ହେବ ବୈଠକ । ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ଥାୟୀ ସଭାପତି ଗଜପତି ଦିବ୍ୟ ସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଶ୍ରୀଜଗନ୍ନାଥ ମନ୍ଦିର ଭୂମି ପରିଚାଳନା ଅଧିନିୟମ ୨୦୨୬ ସହ ରତ୍ନଭଣ୍ଡାର ଗଣତିମଣତି ନେଇ ସମସ୍ତଙ୍କୁ ଅବଗତି କରାଯିବ ।
୨୦୨୫-୨୬ର ଚୂଡାନ୍ତ ଅଡିଟ ରିପୋର୍ର ଉପସ୍ଥାପନ ହେବା ସହ ଏହାକୁ ଅନୁମୋଦନ ଦିଆଯିବ । ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ସ୍ନାନ ଯାତ୍ରା ଓ ରଥଯାତ୍ରାର ହେବ ସମୀକ୍ଷା । ଘୋଷାଯାତ୍ରାର ସଫଳ ଆୟୋଜନରେ ସହଯୋଗ କରିଥିବା ସେବକ, ସେବକ ନିଯୋଗ, ଅଧିକାରୀ, କର୍ମଚାରୀ, ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯିବ । ୧୯ ସେପ୍ଟେମ୍ବରରେ ସଂସ୍ଥା ସବ୍ କମିଟି ବୈଠକର ବିବରଣୀ ଅନୁମୋଦନ ହେବ । ସହ ସଭାପତି ଙ୍କ ଅନୁମୋଦନ କ୍ରମେ ଅନ୍ୟାନ୍ୟ ଆଲୋଚନା ମଧ୍ୟ ହୋଇପାରେ ।
What's Your Reaction?