ଆସନ୍ତା ୧୦ ତାରିଖରେ ଶେଷ ହେବ ଯୁକ୍ତ ଦୁଇ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା

Aug 8, 2024 - 12:48
 0  2
ଆସନ୍ତା ୧୦ ତାରିଖରେ ଶେଷ ହେବ ଯୁକ୍ତ ଦୁଇ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା

ଆସନ୍ତା ୧୦ ତାରିଖରେ ଶେଷ ହେବ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା । ନାମଲେଖା ସରିବା ପରେ ସ୍ପଟ୍‌ ନାମଲେଖା ହେବ ଅନୁଷ୍ଠିତ । ଏଥିପାଇଁ ବୁଧବାର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି। ନାମଲେଖା ସମ୍ବନ୍ଧୀୟ ସମସ୍ତ ନିୟମାବଳୀ ସବୁ କନିଷ୍ଠ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ କରାଯାଇଛି ପ୍ରଦାନ । ଆସନ୍ତା ୧୨ ତାରିଖ ପୂର୍ବାହ୍ଣ ୧୧ଟାରେ ଷ୍ଟୁଡେଣ୍ଟ ଏକାଡେମୀ ମ୍ୟାନେଜମେଣ୍ଟ ସିଷ୍ଟମ ଜରିଆରେ ଚଏସ୍‌ ଲକିଂ କରିବେ। ପାଠ ପଢ଼ିବାକୁ ଆଗ୍ରହୀ ଶିକ୍ଷାନୁଷ୍ଠାନ ନାମରେ ଚଏସ୍‌ ଲକିଂ କରିବାକୁ ପଡ଼ିବ। ୧୪ ତାରିଖ ରାତି ୧୧ଟା ୪୫ ସ୍ପଟ୍‌ ନାମଲେଖା ପାଇଁ ଆବେଦନର ଅନ୍ତିମ ତାରିଖ ରହିଛି। ଆସନ୍ତା ୨୦ ତାରିଖରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ମେଧା ତାଲିକା ପ୍ରକାଶ ପାଇବ। ଯୋଗ୍ୟ ବିଦ୍ୟାର୍ଥୀ ଆଭାସିରେ ସାମ୍ସ ୱେବ୍‌ସାଇଟ୍‌ରୁ ଆମନ୍ତ୍ରଣପତ୍ର ଡାଉନଲୋଡ୍‌ କରିପାରିବେ। ୨୨ରୁ ୨୮ ମଧ୍ୟରେ ନାମଲେଖା ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ଅନୁଷ୍ଠିତ ହେବେ।

What's Your Reaction?

like

dislike

love

funny

angry

sad

wow