ଇସ୍ତଫାର କାରଣ କହିଲେ ଦେବାଶିଷ

May 25, 2026 - 17:20
 0  2
ଇସ୍ତଫାର କାରଣ କହିଲେ ଦେବାଶିଷ

ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଲେ ବରିଷ୍ଠ ବିଜେଡି ନେତା ଦେବାଶିଷ ସାମନ୍ତରାୟ । ଅନେକ ଦିନ ଧରି ଚାଲିଥିବା ଚର୍ଚ୍ଚାର ଅନ୍ତ ଘଟାଇ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି ଦେବାଶିଷ । ଦିଲ୍ଲୀରେ ଓଡିଶା ମୁଖ୍ୟମନ୍ତ୍ରୀ ଓ କେତେକ କେନ୍ଦ୍ର ସ୍ତର ନେତାଙ୍କୁ ଭେଟିବାର ମିଳିଛି ସୂଚନା  l ଦେବାଶିଷ ବିଜେଡିରୁ ରାଜ୍ୟସଭା ସାଂସଦ ଥିଲେ । ବାରବାଟୀ କଟକ ଆସନରୁ ବିଜେଡି ବିଧାୟକ ଥିଲେ ଦେବାଶିଷ । ତିର୍ତ୍ତୋଲ ଆସନରୁ ମଧ୍ୟ ବିଜେଡି ବିଧାୟକ ଥିଲେ । ତେବେ ଦଳରୁ ଇସ୍ତଫା ନେଇ କାରଣ ଦର୍ଶାଇଛନ୍ତି ଦେବାଶିଷ ସାମନ୍ତରାୟ । ସେ କହିଛନ୍ତି, ଦଳରେ ମୋତେ ଅନେକ ଦିନ ଧରି ଅଣଦେଖା କରାଯାଉଥିଲା । ମୋତେ ଲାଗୁଥିବା, ଦଳ ମୋଠାରୁ କୌଣସି ସେବା ଚାହୁଁନି । ଲୋକଙ୍କ ସ୍ବାର୍ଥ ପାଇଁ ଏଭଳି କଠିନ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି ।

What's Your Reaction?

like

dislike

love

funny

angry

sad

wow