ଉତ୍ତରାଖଣ୍ଡରେ ଲାଗୁ ହେଲା ୟୁସିସି,ରହିବନି ଭେଦଭାବ
![ଉତ୍ତରାଖଣ୍ଡରେ ଲାଗୁ ହେଲା ୟୁସିସି,ରହିବନି ଭେଦଭାବ](https://kalingascroll.in/uploads/images/202501/image_870x_67975942c2bbb.jpg)
ଇତିହାସ ରଚିଲା ଉତ୍ତରାଖଣ୍ଡ । ପ୍ରଥମ ରାଜ୍ୟ ଭାବେ ଆଜିଠାରୁ ଉତ୍ତରାଖଣ୍ଡରେ ଲାଗୁ ହେଲା ସମାନ ନାଗରିକ ସଂହିତା ବା ୟୁସିସି। ମୁଖ୍ୟ ସେବକ ସଦନରେ ପ୍ରଥମେ ୟୁସିସି ପୋଟାର୍ଲକୁ ଉଦଘାଟନ କରିବା ପରେ ସମାନ ନାଗରିକ ସଂହିତା ଲାଗୁ କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ। ଏହି ନିୟମ ଲାଗୁ ହେବା ପରେ ଲିଭ୍-ଇନ୍ ସମ୍ପର୍କ , ବିବାହ, ବହୁବିବାହ, ଛାଡ଼ପତ୍ର, ସମ୍ପତ୍ତିଗତ ଅଧିକାରରେ ବଦଳିବ ବହୁ ନିୟମ । ସମାଜରେ ରହିବ ନାହିଁ କୌଣସି ଭେଦଭାବ।ବାଧ୍ୟତାମୂଳକ ହେବ ବିବାହ ପଞ୍ଜୀକରଣ। ସବୁ ଧର୍ମରେ ସମାନ ହେବ ଛାଡ଼ପତ୍ର ଆଇନ । ବହୁବିବାହ ଏବଂ ହଲାଲା ପ୍ରଥା ବନ୍ଦ ହେବ। ଲିଭ୍-ଇନ୍ ସମ୍ପର୍କରେ ରହିଲେ ମଧ୍ଯ ପଞ୍ଜୀକରଣ କରିବା ହେବ ବାଧ୍ୟତାମୂଳକ ।
What's Your Reaction?
![like](https://kalingascroll.in/assets/img/reactions/like.png)
![dislike](https://kalingascroll.in/assets/img/reactions/dislike.png)
![love](https://kalingascroll.in/assets/img/reactions/love.png)
![funny](https://kalingascroll.in/assets/img/reactions/funny.png)
![angry](https://kalingascroll.in/assets/img/reactions/angry.png)
![sad](https://kalingascroll.in/assets/img/reactions/sad.png)
![wow](https://kalingascroll.in/assets/img/reactions/wow.png)