ଏସୀୟ କ୍ରୀଡ଼ା ରୋଇଂରେ ସତନାମ୍‌-ସଲମାନଙ୍କୁ କାଂସ୍ୟ

Sep 24, 2026 - 11:54
ଏସୀୟ କ୍ରୀଡ଼ା ରୋଇଂରେ ସତନାମ୍‌-ସଲମାନଙ୍କୁ କାଂସ୍ୟ

ରେସ୍‌ର ପ୍ରଥମ ୧୦୦୦ ମିଟରରେ ଉଜବେକିସ୍ତାନ ଓ ଚୀନ୍‌ର ରୋୱେରମାନେ ଆଗରେ ରହିଥିଲେ। ତେବେ ସତନାମ୍‌ ଓ ସଲମାନ ଲୟ ବଜାୟ ରଖି ଆଗକୁ ବଢ଼ିଥିଲେ।

ରେସ୍‌ ଶେଷ ହେବାକୁ ଆଉ ୫୦୦ ମିଟର ବାକି ଥିବାବେଳେ ଭାରତୀୟ ଯୋଡ଼ି ଉଜବେକିସ୍ତାନକୁ ପଛରେ ପକାଇ ଦେଇଥିଲେ। 

 ଚଳିତ ଏସୀୟ କ୍ରୀଡ଼ାର ରୋଇଂ ପ୍ରତିଯୋଗିତାରେ ଭାରତକୁ ମିଳିଛି ଆଉ ଏକ ପଦକ। ପୁରୁଷ ଡବଲ୍‌ ସ୍କଲ୍‌ସ ଇଭେଣ୍ଟରେ ଭାରତୀୟ ଯୋଡ଼ି ସତନାମ୍‌ ସିଂହ ଓ ସଲମାନ ଖାନ ଦମଦାର ପ୍ରଦର୍ଶନ କରି କାଂସ୍ୟ ପଦକ ହାସଲ କରିଛନ୍ତି। ଶେଷ ପର୍ଯ୍ୟାୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ସତ୍ତ୍ୱେ ଭାରତୀୟ ଯୋଡ଼ି ୬ ମିନିଟ୍‌ ୧୩.୨୫ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନରେ ରେସ୍‌ ଶେଷ କରିଥିଲେ।

ରେସ୍‌ର ପ୍ରଥମ ୧୦୦୦ ମିଟରରେ ଉଜବେକିସ୍ତାନ ଓ ଚୀନ୍‌ର ରୋୱେରମାନେ ଆଗରେ ରହିଥିଲେ। ତେବେ ସତନାମ୍‌ ଓ ସଲମାନ ଲୟ ବଜାୟ ରଖି ଆଗକୁ ବଢ଼ିଥିଲେ। ରେସ୍‌ ଶେଷ ହେବାକୁ ଆଉ ୫୦୦ ମିଟର ବାକି ଥିବାବେଳେ ଭାରତୀୟ ଯୋଡ଼ି ଉଜବେକିସ୍ତାନକୁ ପଛରେ ପକାଇ ଦେଇଥିଲେ। ହେଲେ ଶେଷ ଭାଗରେ ଉଜବେକିସ୍ତାନ ପୁଣି ଆଗକୁ ଆସିବାରୁ ଭାରତକୁ କାଂସ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।

ଚୀନ୍‌ର ଜୁଚି ୟି ଓ ୟିଦେ ନିଏ ୬ ମିନିଟ୍‌ ୦୯.୭୭ ସେକେଣ୍ଡ ସମୟ ସହ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଉଜବେକିସ୍ତାନର ପଭେଲ ସୋରିନ ଓ ମେଖ୍ରୋଜ୍‌ବେକ ମାମାତ୍‌କୁଲୋଭ ୬ ମିନିଟ୍‌ ୧୦.୪୯ ସେକେଣ୍ଡ ସମୟ ସହ ରୌପ୍ୟ ପଦକ ହାସଲ କରିଥିଲେ।

ଅନ୍ୟପକ୍ଷରେ ପୁରୁଷ ଏକକ ସ୍କଲ୍‌ସ ଫାଇନାଲ୍‌ରେ ଭାରତର ବଲରାଜ ପନୱାର ଅଳ୍ପକେ ପଦକରୁ ବଞ୍ଚିତ ହୋଇଛନ୍ତି। ୨୦୦୦ ମିଟର ରେସ୍‌ର ଶେଷ ୫୦୦ ମିଟର ପୂର୍ବରୁ ସେ ଦ୍ୱିତୀୟ ସ୍ଥାନରେ ଥିଲେ। କିନ୍ତୁ ଶେଷ ପର୍ଯ୍ୟାୟରେ ଉଜବେକିସ୍ତାନର ଶାଖବୋଜ ଖୋଲମୁର୍ଜାଏଭ ଓ ଜାପାନର ତତ୍‌ସୁୟା ସକୁରାମା ତାଙ୍କୁ ଟପିଯାଇଥିଲେ।

ଚୀନ୍‌ର ଝିୱେଇ ଡେଙ୍ଗ ୬ ମିନିଟ୍‌ ୩୮.୯୮ ସେକେଣ୍ଡ ସହ ସ୍ୱର୍ଣ୍ଣ ଜିତିଥିବାବେଳେ ବଲରାଜ ୬ ମିନିଟ୍‌ ୫୪.୮୦ ସେକେଣ୍ଡ ସମୟ ସହ ଚତୁର୍ଥ ସ୍ଥାନରେ ରହିଥିଲେ। ପଦକ ହାତଛଡ଼ା ହୋଇଥିଲେ ମଧ୍ୟ ତାଙ୍କ ଲଢ଼ୁଆ ପ୍ରଦର୍ଶନ ଭାରତୀୟ ରୋଇଂ ପାଇଁ ଆଶା ବଢ଼ାଇଛି।

What's Your Reaction?

like

dislike

love

funny

angry

sad

wow