ଓଡ଼ିଶା ନୂଆ ଡିଜିପି ଚୟନ ମାମଲା: ଆଜି ସୁପ୍ରିମ୍‌କୋର୍ଟରେ ଶୁଣାଣି

Sep 22, 2026 - 12:10
ଓଡ଼ିଶା ନୂଆ ଡିଜିପି ଚୟନ ମାମଲା: ଆଜି ସୁପ୍ରିମ୍‌କୋର୍ଟରେ ଶୁଣାଣି

ଓଡ଼ିଶାର ନୂଆ ଡିଜିପି ଚୟନ ଓ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଚାଲିଥିବା ମାମଲାର ଆଜି ସୁପ୍ରିମ୍‌କୋର୍ଟରେ ଶୁଣାଣି । ଆଇପିଏସ୍‌ ଅଧିକାରୀଙ୍କ ଯୋଗ୍ୟତା ତାଲିକା, ସୁଶାନ୍ତ କୁମାର ନାଥଙ୍କ ନାମ ବାଦ ପଡ଼ିବା ଓ ୟୁପିଏସ୍‌ସି ଏମ୍ପାନେଲମେଣ୍ଟ୍ ପ୍ରକ୍ରିୟାକୁ ନେଇ ରହିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ । 

 ଓଡ଼ିଶାର ନୂଆ ଡିଜିପି ଚୟନ ପ୍ରକ୍ରିୟା ଉପରେ ଆଜି ସୁପ୍ରିମ୍‌କୋର୍ଟରେ ଶୁଣାଣି । ପୂର୍ବରୁ  ଚାରି ଚାରି ଥର ଶୁଣାଣି ବେଳେ କୌଣସି ନା କୌଣସି କାରଣ ପାଇଁ ପରବର୍ତ୍ତୀ ତାରିଖକୁ ଘୁଞ୍ଚିଥିଲା। ତେବେ ଆଜି ଶୁଣାଣି ହେବ ନା ଆହୁରି ଲମ୍ବା ଆଇନଗତ ଲଢ଼େଇ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଗତ ୭ ତାରିଖ ଦିନ ଶୁଣାଣି ବେଳେ ନୂଆ ମୋଡ଼ ପଦାକୁ ଆସିଥିଲା। ପ୍ରଥମ ଥର ପାଇଁ ବରିଷ୍ଠ ଆଇପିଏସ୍‌ ସୁଶାନ୍ତ ନାଥଙ୍କ ଆଇନଜୀବୀ ସୁପ୍ରିମ୍‌କୋର୍ଟରେ ହାଜର ହୋଇ ପକ୍ଷ ରଖିଥିଲେ। ଯାହାକି ମାମଲାକୁ ଆହୁରି ଜଟିଳ କରିଥିଲା । ସୁଶାନ୍ତ ନାଥଙ୍କ ଆଇନଜୀବୀ କହିଥିଲେ ଯେ, ପୂର୍ବରୁ ଡିଜିପି ପଦ ପାଇଁ ପ୍ରସ୍ତାବିତ ପ୍ରାର୍ଥୀଙ୍କ ତାଲିକାରେ ସୁଶାନ୍ତଙ୍କ ନାମ ଥିଲା ।

ହେଲେ କେଉଁ ପରିସ୍ଥିତିରେ ତାଙ୍କ ନାମକୁ ରାଜ୍ୟ ସରକାର କାଟିଦେଲେ? ଏହାପଛରେ ଯଥାର୍ଥତା କ’ଣ ରହିଛି? ଯେଉଁଭଳି ଭାବେ ତାଙ୍କ ନାମକୁ କଟାଯାଇଛି ତାହା ସମ୍ପୂର୍ଣ୍ଣ ବେଆଇନ ବୋଲି ସେ ଯୁକ୍ତି ବାଢ଼ିଥିଲେ। ଦାବି ସମ୍ପର୍କରେ ମତ ଓ ତଥ୍ୟ ପ୍ରଦାନ ପାଇଁ ସୁଯୋଗ ଦେବାକୁ ଖଣ୍ଡପୀଠଙ୍କ ନିକଟରେ ଅନୁରୋଧ କରିବା ପରେ ପରବର୍ତ୍ତୀ ଶୁଣାଣି ୧୭କୁ ଘୁଞ୍ଚିଥିଲା । ହେଲେ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲା ଥିବାରୁ ୧୭ରେ ଶୁଣାଣି ହୋଇପାରି ନଥିଲା। ପରେ ଏହି ଶୁଣାଣି ସେପ୍ଟେମ୍ବର ୨୨କୁ ଘୁଞ୍ଚିଥିଲା ।

What's Your Reaction?

like

dislike

love

funny

angry

sad

wow