କୋଲକାତା ତାଲିମ୍ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା : ଆସିଛି ମୁଖ୍ୟ ଅଭିଯୁକ୍ତର ପଲିଗ୍ରାଫ ଟେଷ୍ଟର ଫଳାଫଳ

Aug 26, 2024 - 13:02
 0  6
କୋଲକାତା  ତାଲିମ୍ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା :  ଆସିଛି ମୁଖ୍ୟ ଅଭିଯୁକ୍ତର ପଲିଗ୍ରାଫ ଟେଷ୍ଟର ଫଳାଫଳ

କୋଲକାତା ତାଲିମ୍ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଆସିଛି ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କ ପଲିଗ୍ରାଫ ଟେଷ୍ଟର ଫଳାଫଳ । ପଲିଗ୍ରାଫ ଟେଷ୍ଟରେ ସେହି କାଳରାତିର ସମସ୍ତ ସତ୍ୟକୁ ବଖାଣିଛି ସଞ୍ଜୟ ରାୟ।ଅଗଷ୍ଟ ୯ତାରିଖ ରାତିରେ ସଞ୍ଜୟ ନିଜ ବନ୍ଧୁ ସୌରଭ ସହ ଯାଇଥିଲା ଆରଜି କର ହାସପାତାଳ । ସେଠାରେ ସୌରଭର ଭାଇ ଭର୍ତ୍ତି ହୋଇଥିବାରୁ ତାଙ୍କ ନିକଟକୁ ଯାଇଥିଲା ସଞ୍ଜୟ। ଏହାପରେ ରାତି ୧୧ଟା ୧୫ ମିନିଟରେ ହାସପାତାଳରୁ ବାହାରିଯାଇଥିଲେ ସଞ୍ଜୟ ଓ ସୌରଭ । ମଦ କିଣି ରାସ୍ତା ଉପରେ ବସି ମଦ୍ୟପାନ କରିବା ସହ ରେଡ ଲାଇଟ ଅଞ୍ଚଳ ଯିବା ପାଇଁ କରିଥିଲେ ଯୋଜନା। ଗୋଟିଏ ପରେ ଗୋଟିଏ ବୁଲିଥିଲେ ବିଭିନ୍ନ ରେଡ ଲାଇଟ ଅଞ୍ଚଳ। ସୋନାଗାଛିରୁ ଚେତାଲୀକୁ ଯିବା ବାଟରେ ଜଣେ ଯୁବତୀଙ୍କୁ ଅସଦାଚରଣ କରିଥିଲା ସଞ୍ଜୟ,ଯାହାର ଦୃଶ୍ୟ ସିସିଟିଭିରେ ହୋଇଛି କଏଦ । ଏହାପରେ ନିଜ ବାନ୍ଧବୀକୁ ଫୋନ୍ କରି ନ୍ୟୁଡ କଲ କରିବା ସହ ଫଟୋ ପଠାଇବା ପାଇଁ କହିଥିଲା ସଞ୍ଜୟ।ସୌରଭ ଘରକୁ ଫେରିଯିବା ପରେ ରାତି ୩ଟା ପରେ ସଞ୍ଜୟ ପୁଣି ହାସପାତାଳକୁ ଯାଇ ଟ୍ରମା ସେଣ୍ଟରକୁ ଯାଇଥିଲା, ସାଢ଼େ ୪ପାଖାପାଖି ସେମିନାର ହଲ ନିକଟ କରିଡରକୁ ଯାଇଥିଲା ଏବଂ ସେଠାରେ ପୀଡ଼ିତାକୁ ଦେଖିବାକୁ ପାଇଥିଲା ସଞ୍ଜୟ । ଏହାପରେ ପୀଡ଼ିତାଙ୍କ ତଣ୍ଟି ଚିପିବା ସହ ବନ୍ଦ କରିଦେଇଥିଲା ମୁହଁ ।ପୀଡ଼ିତା ବେହୋସ ହୋଇଯିବା ପରେ କରିଥିଲା  ଦୁଷ୍କର୍ମ ଓ ହତ୍ୟା।

What's Your Reaction?

like

dislike

love

funny

angry

sad

wow