ଖୁବ୍ ଶୀଘ୍ର ସବୁ ଗାଁ ପାଇବେ ପାଇପ୍ ଜଳ
୨୦୨୭ ମାର୍ଚ୍ଚ ଶେଷ ସୁଦ୍ଧା ସବୁ ଗାଁକୁ ଯୋଗାଇ ଦିଆଯିବ ନଳରେ ଜଳ । ଏହି ଲକ୍ଷ୍ୟ ପୂରଣ ପାଇଁ ବିଭାଗ ପକ୍ଷରୁ ନିଆଯାଇଛି ସମସ୍ତ ପଦକ୍ଷେପ । ବର୍ତ୍ତମାନ ସୁଦ୍ଧା ମୋଟ ୨୦୭ଟି ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟରୁ ସମ୍ପୂର୍ଣ୍ଣ ହୋଇଛି ମାତ୍ର ୩୩ଟି ପ୍ରକଳ୍ପ । ୨୪୦୨ଟି ଗାଁକୁ ଯୋଗାଇ ଦିଆଯାଉଛି ପାନୀୟ ଜଳ । ଜୁନ୍ ଶେଷ ସୁଦ୍ଧା ଶେଷ ହେବ ଆହୁରି ୧୪ଟି ପ୍ରକଳ୍ପ । ସେପ୍ଟେମ୍ବର ସୁଦ୍ଧା ୩୫ଟି ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଶେଷ ହେବ ବୋଲି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ।
What's Your Reaction?