ଜେଲେନସ୍କିକୁ ଉଚିତ ଜବାବ ଦେବେ ପୁଟିନ

ଜେଲେନସ୍କିକୁ ଉଚିତ ଜବାବ ଦେବେ ପୁଟିନ। ରୁଷିଆର କାଜାନ ସହରରେ ୟୁକ୍ରେନର ଆକ୍ରମଣ ପରେ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି ରୁଷିଆ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ । ସେ କହିଛନ୍ତି ଯେ,ୟୁକ୍ରେନକୁ ଭୋଗିବାକୁ ପଡିବ କାଜାନ ଉପରେ ଡ୍ରୋନ୍ ଆକ୍ରମଣର ପରିଣାମ । କାଜାନ ଆକ୍ରମଣ ତୁଳନାରେ ଅଧିକରୁ ଅଧିକ କ୍ଷତି ସହିବାକୁ ପଡିବ ବୋଲି କହିଛନ୍ତି ପୁଟିନ। ରୁଷିଆର କାଜାନରେ ଏକ ଆପାର୍ଟମେଣ୍ଟକୁ ନିଶାଣ କରି ଡ୍ରୋନ୍ ଆକ୍ରମଣ କରିଥିଲା ୟୁକ୍ରେନ।ଏଥିରେ ଆପାର୍ଟମେଣ୍ଟର ହୋଇଛି ବ୍ୟାପକ କ୍ଷତିଗ୍ରସ୍ତ ।
What's Your Reaction?






