ଟ୍ରମ୍ପଙ୍କ ଧମକ ପରେ ରକ୍ତମୁଖା ଖାମେନି
ଅଧିକ ତିକ୍ତ ହେଉଛି ଆମେରିକା-ଇରାନ୍ ସଂପର୍କ । ଏହାରି ଭିତରେ ଆମେରିକାକୁ ଚରମବାଣୀ ଶୁଣାଇଛନ୍ତି ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲି ଖାମେନି । ଖାମେନି କହିଛନ୍ତି ଯେ,ଯଦି ଏଥର ଇରାନ ଉପରେ ଆକ୍ରମଣ ହୁଏ, ତେବେ କେବଳ ଗୋଟିଏ ଦେଶ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ ଏହାର ପରିଣାମ । ଏହା ସମଗ୍ର ଅଞ୍ଚଳରେ ବ୍ୟାପିବାର ସନ୍ଦେହ ନାହିଁ ।ଦେଶର ତୈଳ ଭଣ୍ଡାରକୁ କବଜା କରିବାକୁ ଉଦ୍ୟମ କଲେ ଆମେରିକାକୁ କରିଦେବୁ ବରବାଦ ।ତେହେରାନରେ ଏକ ସାଧାରଣ ରାଲିକୁ ସମ୍ବୋଧିତ କରି ଏପରି କହିଛନ୍ତି ୮୬ ବର୍ଷୀୟ ଖାମେନି । ତେହେରାନର କଡ଼ା କାର୍ଯ୍ୟାନୁଷ୍ଠାନର ଜବାବରେ ଟ୍ରମ୍ପଙ୍କ ଧମକ ପରେ ଖାମେନି ଦେଇଛନ୍ତି ଏହି ଚେତାବନୀ।
What's Your Reaction?