ଟ୍ରମ୍ପଙ୍କ ରାଜନୈତିକ ବିଜ୍ଞାପନ ଉପରେ ସଂଘୀୟ ଅଦାଲତଙ୍କ ରୋକ୍
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି ନ୍ୟୁୟର୍କର ଏକ ସଂଘୀୟ ଅଦାଲତ । ଟିକସଦାତାଙ୍କ ପଇସାରେ ନିଜର ରାଜନୈତିକ ପ୍ରଚାର ପାଇଁ ଟେଲିଭିଜନରେ ଦିଆଯାଉଥିବା ସରକାରୀ ବିଜ୍ଞାପନଗୁଡ଼ିକୁ ତୁରନ୍ତ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି ନ୍ୟୁୟର୍କର ଏକ ସଂଘୀୟ ଅଦାଲତ। ଟିକସଦାତାଙ୍କ ପଇସାରେ ନିଜର ରାଜନୈତିକ ପ୍ରଚାର ପାଇଁ ଟେଲିଭିଜନରେ ଦିଆଯାଉଥିବା ସରକାରୀ ବିଜ୍ଞାପନଗୁଡ଼ିକୁ ତୁରନ୍ତ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ।
ଏହି ରାୟକୁ ନେଇ ଆମେରିକାର ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ସରକାରୀ ଅର୍ଥର ବ୍ୟବହାରକୁ ନେଇ ଉଠିଥିବା ପ୍ରଶ୍ନ ଏବେ ପ୍ରଶାସନିକ ଓ ଆଇନଗତ ବିତର୍କକୁ ଆହୁରି ତୀବ୍ର କରିଛି।
ସରକାରୀ ବିଜ୍ଞାପନର ଉଦ୍ଦେଶ୍ୟ ଜନସାଧାରଣଙ୍କୁ ନୀତି, ଯୋଜନା ଓ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେବା। କିନ୍ତୁ ଏହି ଅର୍ଥକୁ ରାଜନୈତିକ ପ୍ରଚାରରେ ବ୍ୟବହାର କରାଯାଇପାରିବ କି ନାହିଁ, ତାହାକୁ ନେଇ ଆଇନଗତ ପ୍ରଶ୍ନ ଉଠିଛି।
ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏବଂ ଅଦାଲତଙ୍କ ନିର୍ଦ୍ଦେଶ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ତେବେ ଏହି ରାୟର ପ୍ରକୃତ ପ୍ରଭାବ କ’ଣ ହେବ ଏବଂ ଟ୍ରମ୍ପ ପ୍ରଶାସନ ଏହା ବିରୋଧରେ ଆଗକୁ କି ପଦକ୍ଷେପ ନେବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।
What's Your Reaction?