ଛାଡପତ୍ର ପରେ ଖୁସିବ୍ୟକ୍ତ କଲେ ଏ.ଆର ରେହମାନ

Nov 22, 2024 - 13:04
Nov 22, 2024 - 13:41
 0  3
ଛାଡପତ୍ର ପରେ  ଖୁସିବ୍ୟକ୍ତ କଲେ ଏ.ଆର ରେହମାନ

ବିବାହର ୨୯ ବର୍ଷ ପରେ ଓସ୍କାର ବିଜେତା ସଙ୍ଗୀତଜ୍ଞ ଏ.ଆର୍‌. ରେହମାନଙ୍କଠାରୁ ଅଲଗା ହୋଇଛନ୍ତି ତାଙ୍କ ସ୍ତ୍ରୀ ସାଇରା। ଅଲଗା ହେବା ପରେ ରେହମାନ ତାଙ୍କର ପ୍ରଥମ ସାମାଜିକ ଗଣମାଧ୍ୟମରେ ପୋଷ୍ଟ ଶେୟାର କରିଥିଲେ। ସଂଗୀତକାର ଏହି ପୋଷ୍ଟରେ ଖୁସି ବ୍ୟକ୍ତ କରୁଥିବା ଦେଖାଯାଉଛି। ଏ.ଆର୍‌ ରେହମାନ କରିଛନ୍ତି ଏକ ବଡ଼ ବିଜୟ ହାସଲ। ମାଲାୟାଲମ ଚଳଚ୍ଚିତ୍ର ‘ଦ-ଗୋଟ୍‌ ଲାଇଫ୍‌’ରେ କାମ କରି ସେ ହଲିଉଡ ମ୍ୟୁଜିକ୍‌ ଇନ୍‌ ମିଡିଆ ଆଓ୍ବାର୍ଡସ ୨୦୨୪ରେ ସର୍ବଶ୍ରେଷ୍ଠ ସ୍କୋର-ବିଦେଶୀ ଭାଷା ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛନ୍ତି। ରେହମାନ ସାମାଜିକ ଗଣମାଧ୍ୟମର ସାହାଯ୍ୟ ନେଇ ଏ ବିଷୟରେ ଖୁସି ପ୍ରକାଶ କରିଥିଲେ। ଏହି ପୋଷ୍ଟ ଦେଖି ପ୍ରଶଂସକ ଏବଂ ସାଥୀ କଳାକାରମାନେ ସଂଗୀତକାରଙ୍କୁ ଜଣାଇଛନ୍ତି ଅଭିନନ୍ଦନ। ଅନେକ ଲୋକ କହିଥିଲେ ଯେ ଏହା ତାଙ୍କୁ ‘ଓସ୍କାର ୨୦୨୫’ ରେ ସମ୍ମାନିତ କରିବାର ପଥ ପରିଷ୍କାର କରିଛି।

What's Your Reaction?

like

dislike

love

funny

angry

sad

wow