ପାଇକାରୀ ମୁଦ୍ରାସ୍ଫୀତି ୧୨.୨୯%କୁ ବୃଦ୍ଧି

Nov 16, 2026 - 15:20
ପାଇକାରୀ ମୁଦ୍ରାସ୍ଫୀତି ୧୨.୨୯%କୁ ବୃଦ୍ଧି

ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି ପରେ ଏବେ ପାଇକାରୀ ମୁଦ୍ରାସ୍ଫୀତି ମଧ୍ୟ ଉପରମୁହାଁ ହୋଇଛି। ସେପ୍ଟେମ୍ବରରେ ଏହା ୧୧.୩୯% ଥିବାବେଳେ ଅକ୍ଟୋବରରେ ୧୨.୨୯%କୁ ବୃଦ୍ଧି ପାଇଛି। ମୁଦ୍ରାସ୍ଫୀତି ବୃଦ୍ଧିର ମୁଖ୍ୟ କାରଣ ହେଉଛି ଇନ୍ଧନ ଓ ବିଦ୍ୟୁତ୍ ଦର ବୃଦ୍ଧି। 

ଚୁରା ମୁଦ୍ରାସ୍ଫୀତି ବୃଦ୍ଧି ପରେ ଏବେ ପାଇକାରୀ ମୁଦ୍ରାସ୍ଫୀତି ମଧ୍ୟ ଉପରମୁହାଁ ହୋଇଛି। ସେପ୍ଟେମ୍ବରରେ ଏହା ୧୧.୩୯% ଥିବାବେଳେ ଅକ୍ଟୋବରରେ ୧୨.୨୯%କୁ ବୃଦ୍ଧି ପାଇଛି। ମୁଦ୍ରାସ୍ଫୀତି ବୃଦ୍ଧିର ମୁଖ୍ୟ କାରଣ ହେଉଛି ଇନ୍ଧନ ଓ ବିଦ୍ୟୁତ୍ ଦର ବୃଦ୍ଧି। ସେପ୍ଟେମ୍ବରରେ ଇନ୍ଧନ ଓ ବିଦ୍ୟୁତ୍ କ୍ଷେତ୍ରରେ ମୁଦ୍ରାସ୍ଫୀତି ୨୫.୮୫% ଥିବାବେଳେ ଅକ୍ଟୋବରରେ ଏହା ୩୨.୮୪%କୁ ବୃଦ୍ଧି ପାଇଛି।  

ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସ୍ କ୍ଷେତ୍ରରେ ମୁଦ୍ରାସ୍ଫୀତି ୫୭.୩୨%ରୁ ବୃଦ୍ଧି ପାଇ ୭୦.୮୦% ହୋଇଛି। ସେହିପରି ବିଦ୍ୟୁତ୍ ଦରରେ ବାର୍ଷିକ ମୁଦ୍ରାସ୍ଫୀତି ସେପ୍ଟେମ୍ବରରେ ଖଣି ୦.୪୩% ଥିବାବେଳେ ଅକ୍ଟୋବରରେ ୮.୦୬% ହୋଇଛି। ଅନ୍ୟପକ୍ଷରେ ପ୍ରାଥମିକ ସାମଗ୍ରୀ କ୍ଷେତ୍ରରେ ମୁଦ୍ରାସ୍ଫୀତି ୮.୬୭%ରୁ ବୃଦ୍ଧି ପାଇ ୯.୨୪% ହୋଇଛି। ଏଥିରେ ଖାଦ୍ୟ ସାମଗ୍ରୀର ମୁଦ୍ରାସ୍ଫୀତି ୮.୧୪%ରୁ ୮.୨୬%କୁ ବଢ଼ିଛି। ତେବେ ଉତ୍ପାଦିତ ସାମଗ୍ରୀ କ୍ଷେତ୍ରରେ ମୁଦ୍ରାସ୍ଫୀତି ସାମାନ୍ୟ କମିଛି। ସେପ୍ଟେମ୍ବରରେ ଏହା ୯.୭୬% ଥିବାବେଳେ ଅକ୍ଟୋବରରେ ୯.୫୪% ରହିଛି। 

What's Your Reaction?

like

dislike

love

funny

angry

sad

wow