ପାଣିଫାଟି ପାରେ କି ଭାରତ-ଇଂଲଣ୍ଡ ମ୍ୟାଚ୍‌ ?

Jun 26, 2024 - 13:37
 0  7
ପାଣିଫାଟି ପାରେ କି ଭାରତ-ଇଂଲଣ୍ଡ ମ୍ୟାଚ୍‌ ?

ଟି-୨୦ ବିଶ଼୍ବକପ୍‌ରେ ଜୁନ୍‌ ୨୭ ଅର୍ଥାତ୍‌ ଗୁରୁବାର ଗୁଏନାରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ  ଖେଳାଯିବ ସେମିଫାଇନାଲ୍‌ ମ୍ୟାଚ୍‌। ରୋହିତଙ୍କ ଅଧିନାୟକତ଼୍ବରେ ଭାରତ ପଡ଼ିଆକୁ ଓହ୍ଲାଇବା ସହିତ ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍‌ ଖେଳିବାକୁ ଆଶା ରଖିଛି ଦଳ । ଭାରତୀୟ ଟିମ୍‌ ପ୍ରଥମେ ଗ୍ରୁପ୍‌ ଷ୍ଟେଜ୍‌ରେ ଦମ୍‌ଦାର ପ୍ରଦର୍ଶନ କରି ସୁପର ୮ରେ ପହଞ୍ଚିଥିବା ବେଳେ ସୁପର ୮ରେ ମଧ୍ୟ ରହିଛି ଅପରାଜେୟ। ସୁପର ୮ର ଗ୍ରୁପ୍‌ ୧ରେ ଥିବା ଟିମ୍‌ ଇଣ୍ଡିଆ ୩ଟି ଯାକ ମ୍ୟାଚ୍‌ ଜିିତି ସେମିଫାଇନାଲ୍‌ରେ ପକ୍କା କରିଥିଲା ସ୍ଥାନ। ଅନ୍ୟପଟେ ଇଂଲଣ୍ଡ ଗ୍ରୁପ୍‌ ଷ୍ଟେଜ୍‌ରୁ ସୁପର ୮ରେ ପହଞ୍ଚିବା ପାଇଁ ଅନ୍ୟ ଟିମ୍‌ ଉପରେ କରିଥିଲା ନିର୍ଭର। ସୁପର ୮ରେ ୨ଟି ମ୍ୟାଚ୍‌ ଜିତି ପ୍ରଥମ ଟିମ୍‌ ଭାବେ ସେମିଫାଇନାଲ୍‌କୁ ପ୍ରବେଶ କରିଥିଲା ଦଳ ।ତେବେ ଇଂଲଣ୍ଡ ଠାରୁ ଭାରତ ଦୁଇ ବର୍ଷ ତଳର ପ୍ରତିଶୋଧ ନେବ ବୋଲି କ୍ରିକେଟ୍‌ ପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । କିନ୍ତୁ ମ୍ୟାଚ୍‌ ମଝିରେ ବର୍ଷା ସମ୍ଭାବନା ରହିଥିବାରୁ ଏହି ଆଶା ପାଣିଫଟକି ପାରେ ବୋଲି ଆଶଙ୍କା କରାଯାଉଛି ।ତେବେ ପାଣିପାଗ ବିଭାଗର ଅନୁମାନ ଅନୁସାରେ ଭାରତ ଏବଂ ଇଂଲଣ୍ଡ ମ୍ୟାଚ୍‌ ପୂର୍ବରୁ ବର୍ଷା ସମ୍ଭାବନା ରହିଛି । ଏହାଛଡ଼ା ମ୍ୟାଚ୍‌ ସମୟରେ ଆକଶରେ ବାଦଲ୍‌ ଛାଇ ହୋଇ ରହିପାରେ । ସ୍ଥାନୀୟ ସମୟ ଅନୁସାରେ ଏହି ମୁକାବିଲା ସକାଳ ୧୦ଟାରୁ ଆରମ୍ଭ ହେବ । ଅନ୍ୟପଟେ ଯଦି ବର୍ଷା ହୁଏ ତେବେ ରିଜର୍ଭ ଡେ ମଧ୍ୟ ରଖାଯାଇନାହିଁ । ଯଦି ସମସ୍ତ ପ୍ରୟାସ ପରେ ମଧ୍ୟ ମ୍ୟାଚ୍‌ ବାତିଲ୍‌ ହେଉଛି ତେବେ ଏହାର ଫାଇଦା ଭାରତକୁ ହେବ । ଭାରତ ସିଧାସଳଖ ଫାଇନାଲ୍‌ ମ୍ୟାଚ୍‌ ଖେଳିବ । କାରଣ ସୁପର ୮ରେ ଗ୍ରୁପ୍‌ ୧ରେ ଭାରତ ପ୍ରଥମ ସ୍ଥାନରେ ରହିଥିବା ବେଳେ ଗ୍ରୁପ୍‌୨ରେ ଇଂଲଣ୍ଡ ଦ଼୍ବିତୀୟ ସ୍ଥାନରେ ରହିଥିଲା । ଆଇସିସିର ନିୟମ ଅନୁସାରେ ଯଦି ସେମିଫାଇନାଲ୍‌ ବାତିଲ୍‌ ଘୋଷଣା ହୁଏ ତହା ହେଲେ ସୁପର ୮ର ଶୀର୍ଷରେ ଥିବା ଟିମ୍‌ ସିଧା ଫାଇନାଲ୍‌ ଖେଳିବ।

What's Your Reaction?

like

dislike

love

funny

angry

sad

wow