ପୁଣେରେ ଜିବିଏସ ନେଲା ଜଣଙ୍କ ଜୀବନ, ଶହେରୁ ଅଧିକ ସଂକ୍ରମିତ
![ପୁଣେରେ ଜିବିଏସ ନେଲା ଜଣଙ୍କ ଜୀବନ, ଶହେରୁ ଅଧିକ ସଂକ୍ରମିତ](https://kalingascroll.in/uploads/images/202501/image_870x_67975ad095d8f.jpg)
ପୁଣେରେ ଚିନ୍ତା ବଢାଇଲାଣି ଗୁଇଲେନ-ବାରେ ସିଣ୍ଡ୍ରୋମ। ପାଖାପାଖି ଏହି ରୋଗରେ ଆକ୍ରାନ୍ତ ହୋଇସାରିଛନ୍ତି ୧୦୦ରୁ ଅଧିକ ଲୋକ। ସେମାନଙ୍କ ମଧ୍ୟରୁ ୧୬ଜଣ ଭେଣ୍ଟିଲେଟରରେ ଥିବା ବେଳେ ବାକି ରୋଗୀ ଚିକିତ୍ସିତ ହେଉଛନ୍ତି ଗୁରୁତର ଅବସ୍ଥାରେ। ଏବେ ଏବେ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ମଧ୍ଯ ହୋଇଥିବା ମିଳିଛି ସୂଚନା ।ଏହି ମାରାତ୍ମକ ରୋଗ କେବଳ ପୁଣେରେ ହେଉଛି ସଂକ୍ରମିତ । ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଠିକ୍ ସମୟରେ ଚିକିତ୍ସା କରାଗଲେ ରୋଗୀଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଲାଗିଥାଏ ସମୟ , କିନ୍ତୁ ସେମାନଙ୍କ ଜୀବନ ରକ୍ଷା କରାଯାଇପାରିବ ବୋଲି କହିଛନ୍ତି ଡାକ୍ତର । ତେବେ ବିଶେଷଜ୍ଞଙ୍କ ମତରେ ଅପରିଷ୍କାର ଓ ଦୂଷିତ ପାଣି ମଧ୍ୟ ଏହି ରୋଗ ବ୍ୟାପିବାର ଏକ ପ୍ରମୁଖ କାରଣ । ତେଣୁ ପୁଣେରେ ରହୁଥିବା ଲୋକଙ୍କୁ ଖାଇବା ପିଇବା କ୍ଷେତ୍ରରେ ଅଧିକ ସତର୍କ ରହିବାକୁ ଦିଆଯାଇଛି ପରାମର୍ଶ ।
What's Your Reaction?
![like](https://kalingascroll.in/assets/img/reactions/like.png)
![dislike](https://kalingascroll.in/assets/img/reactions/dislike.png)
![love](https://kalingascroll.in/assets/img/reactions/love.png)
![funny](https://kalingascroll.in/assets/img/reactions/funny.png)
![angry](https://kalingascroll.in/assets/img/reactions/angry.png)
![sad](https://kalingascroll.in/assets/img/reactions/sad.png)
![wow](https://kalingascroll.in/assets/img/reactions/wow.png)