ବାଲେଶ୍ୱରରେ ଶନିବାର ସକାଳ ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ ଇଣ୍ଟରନେଟ ସେବା

Jun 20, 2024 - 13:29
 0  2
ବାଲେଶ୍ୱରରେ ଶନିବାର ସକାଳ ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ ଇଣ୍ଟରନେଟ ସେବା

 ବାଲେଶ୍ୱରରେ ୪ ଘଂଟା କର୍ଫ୍ୟୁ କୋହଳ ପରେ ଦିନ ୧୧ଟାରୁ ପୁଣି କଡ଼ାକଡ଼ି ହୋଇଛି କଟକଣା ।ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଆବେଦନ ପରେ ବାଲେଶ୍ୱରରେ ଇଣ୍ଟରନେଟ ସେବାକୁ ଆହୁରି ୪୮ ଘଂଟା ଯାଏ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରିଛି ଗୃହ ବିଭାଗ ।। ୨୨ ତାରିଖ ଦିନ ୧୦ଟା ଯାଏ ହ୍ୱାଟ୍ସଆପ, ଫେସବୁକ୍ ଆପ୍ ଭଳି ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ବ୍ୟବହାର ଉପରେ ଲଗାଯାଇଛି ପ୍ରତିବନ୍ଧକ  । ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ପରେ ଦୁଇ ଦିନ ହେବ ବାଲେଶ୍ୱରରେ ଜାରି କରାଯାଇଛି କର୍ଫ୍ୟୁ । ଏହି ଘଟଣାରେ ୩୪ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ  ମୁତୟନ କରାଯାଇଛି ୪୦ ପ୍ଲାଟୁନ ପୋଲିସ ଫୋର୍ସ।ବାଲେଶ୍ୱରକୁ ସଂଯୋଗ କରୁଥିବା ସବୁ ରାସ୍ତା  କରାଯାଇଛି ବନ୍ଦ୍ । କର୍ଫ୍ୟୁ ସମୟରେ ଘରୁ ନବାହାରି ପୋଲିସକୁ ସହଯୋଗ କରିବାକୁ ଜନସାଧାରଣଙ୍କୁ କରାଯାଇଛି ଅପିଲ । ଆଜି କେବଳ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ହଟାଯାଇଥିଲା କଟକଣା ,ଯେଉଁ ସମୟରେ ଦେଖିବାକୁ ମିଳିଥିଲା ପ୍ରବଳ ଗହଳି।

What's Your Reaction?

like

dislike

love

funny

angry

sad

wow