ବିଜେଡିରୁ ନିଲମ୍ବନ ପରେ ମୁହଁ ଖୋଲିଲେ ଚୌଦ୍ବାର ବିଧାୟକ ସୌଭିକ୍ ବିଶ୍ବାଳ
ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରି ବିଜେଡିରୁ ନିଲମ୍ବିତ ପରେ ମୁହଁ ଖୋଲୁଛନ୍ତି ଜଣଙ୍କ ପରେ ଜଣେ ବିଧାୟକ । ଆଜି ଚୌଦ୍ବାର ବିଧାୟକ ସୌଭିକ୍ ବିଶ୍ବାଳ ପ୍ରେସମିଟ୍ କରି କହିଛନ୍ତି ଯେ, ନିଲମ୍ବନ ନୁହେଁ, ବହିଷ୍କାର କରିଥିଲେ ମୁଁ ଖୁସି ହୋଇଥାଆନ୍ତି । ବାପା ତଥା ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ କିପରି ୨ ଦଶନ୍ଧି ଧରି ବିଜେଡି ପାଇଁ ସେବା କରିଥିଲେ, ସେ କଥା ମନେ ପକାଇ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସେ କରିଛନ୍ତି ନିଶାଣ । ଏଥିସହ କାହିଁକି ସଂତୃପ୍ତ ମିଶ୍ରଙ୍କ ପ୍ରତି ନବୀନଙ୍କ ଏତେ ସହୃଦୟତା ବୋଲି ପ୍ରଶ୍ନ ଉଠାଇଛନ୍ତି ସୌଭିକ୍ ବିଶ୍ବାଳ ।
What's Your Reaction?