ବିଜେଡି ଧ୍ବଂସ ହେଲା ଆତ୍ମଘାତରେ !

୨୦୨୪ ମସିହାରେ ବିଜେଡିର ଅପ୍ରତ୍ୟାଶିତ ପତନ ସ୍ତବ୍ଧ କରି ଦେଇଥିଲା ସମଗ୍ର ବିଶ୍ୱକୁ l କାରଣ ଏହି ଦଳ ଏକ ଅପରାଜୟ ରାଜନୈତିକ ସଂଗଠନ ଭାବରେ ଉପଭୋଗ କରିଥିଲା ସୁଦୀର୍ଘ 25 ବର୍ଷର ଅଭୁତପୁର୍ବ ସଫଳତା ଅପ୍ରତିଦ୍ଵନ୍ଦୀ ନେତା ନବୀନ ପଟ୍ଟନାୟକ ଏହାର ଦଳପତି । ଘଟଣାକ୍ରମେ, ୧୯୯୭ ମସିହାରେ, ବାଜପେୟୀ ଏବଂ ଆଡଭାନୀଙ୍କ ପରି କିମ୍ବଦନ୍ତୀ ବ୍ୟକ୍ତିତ୍ୱଙ୍କ ନେତୃତ୍ୱlଧୀନ ବିଜେପି ଯଥେଷ୍ଟ ସମର୍ଥନ ଦେଇ ବିଜେଡିକୁ ଏକ କଂଗ୍ରେସ ବିରୋଧୀ ଶକ୍ତି ଭାବରେ ଗଢ଼ି ମେଣ୍ଟ-ସରକାର ପାଇଁ ନିର୍ବାଚନ ଜିତିଥିଲେ 2000 ମସିହାରେ । କିନ୍ତୁ ପ୍ୟାରୀ ମୋହନ ମହାପାତ୍ରଙ୍କ ଭଳି କେତେକ ଅତ୍ୟଧିକ ଆତ୍ମବିଶ୍ୱାସୀ ବିଜେଡି ନେତା ମେଣ୍ଟରୁ ଓହରି ଯାଇ ଏକାକୀ ଗଢ଼ିଥିଲେ ସରକାର l ପ୍ୟାରୀ ବିଜୟ ମହାପାତ୍ର ଇତ୍ୟାଦିଙ୍କ ଭଳି କେତେକ ଟାଣୁଆ ଅହଙ୍କାରୀ ନେତାଙ୍କୁ ହଟାଇ ଉଚ୍ଚ କରିଥିଲେ ନବୀନଙ୍କ ପ୍ରତିଛବି l ଲୋକେ ନବୀନଙ୍କୁ ମାଣିଥିଲେ ଅତ୍ୟନ୍ତ ସ୍ୱଚ୍ଛ ଏବଂ ଲୋକାଭିମୁଖୀ। ତେବେ ପ୍ୟାରୀ ମୁଖ୍ୟ ମାର୍ଗଦର୍ଶକ ସାଜି ସମ୍ପୂର୍ଣ ଭାବରେ ଶାସନ କରୁଥିଲେ ଓଡିଶା ରାଜ୍ୟକୁ । ସୁଦକ୍ଷ ପ୍ୟାରୀ ଯେ ବିଜେଡିକୁ କରିଥିଲେ ଅପରାଜେୟ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ l
ସୌଭାଗ୍ୟବଶତଃ ବିଜେଡି ପାଇଁ ଦଳ କ୍ଷମତା ଦଖଲ କରିବା ସମୟରେ ଖଣି ଖନନ ବ୍ୟବସାୟରେ ଘଟିଥିଲା ଅଭୂତପୂର୍ବ ବୃଦ୍ଧି l ଯାହା ଆଣିଥିଲା ଅମାପ ଖଣି ରାଜସ୍ୱ l ଭାଗ୍ୟବାନ ବିଜେଡି ଅତିଧନୀ ଖଣି ବେପାରୀ ମାନଙ୍କ ଠାରୁ ଅମାପ ଚାନ୍ଦା ସଂଗ୍ରହ କରି ଦଳକୁ କରିଥିଲା ଅତ୍ୟନ୍ତ ଶକ୍ତିଶାଳୀ।
ଯେତେବେଳେ 2009ରେ ପ୍ୟାରୀ ବଡ଼ ବିଜେପି ନେତାମାନଙ୍କର ଅଧିକ ଆସନ ଦାବିକୁ ଆଦୌ ଗ୍ରହଣ ନକରି ସେମାନଙ୍କୁ ବାହାର ବାଟ ଦେଖାଇଥିଲେ, ଲୋକେ ତାହା ଖୁବ ପସନ୍ଦ କରିବା ସହ ନବୀନଙ୍କ ପ୍ରତି ପୂର୍ବ ଅପେକ୍ଷା ଅଧିକ ଆସ୍ଥା ପ୍ରକଟ କରି ତାଙ୍କୁ ବିପୁଳ ବିଜୟ ଦେଲେ l ବିଜୟର ସମସ୍ତ ଶ୍ରେୟ ପ୍ୟାରୀ ଦେଉଥିଲେ ନବୀନଙ୍କୁ କାରଣ ସେ ଜାଣିଥିଲେ ଯେ ନବୀନ ଲୋକଙ୍କ ହୃଦୟର ଜନନେତା ପାଲଟିଯାଇଛନ୍ତି।
ଏସବୁ ଅବଦାନ ସତ୍ୱେ 2012 ମସିହାରେ କେତେକ ଦୁଷ୍ଟ, କୁଟିଳ ନେତାଙ୍କ ଦ୍ୱାରା ପରିଚାଳିତ ହୋଇ ଅତ୍ୟନ୍ତ ଅଭାବନୀୟ ପରିସ୍ଥିତିରେ ନବୀନ ପ୍ୟାରୀଙ୍କୁ ଅସମ୍ମାନଜନକ ଭାବରେ ବହିଷ୍କାର କରିଥିଲେ; ଯାହା ନବୀନଙ୍କ ଉପରେ ଆଣିଥିଲା ପ୍ରଥମ ବଡ଼ ଅଭିଶାପ। ନବୀନ ଭୁଲିଗଲେ ଯେ ପ୍ୟାରୀ ହିଁ ଦଳକୁ ଏବଂ ତାଙ୍କୁ କରିଥିଲେ ଜନପ୍ରିୟ l
ସେହିଭଳି ସବୁଠାରୁ ଆଶ୍ଚର୍ଯ୍ୟଜନକ ଭାବରେ ମେ 2018 ମସିହାରେ ବିଜୁବାବୁଙ୍କ ଘନିଷ୍ଠ ସହଯୋଗୀ ବଂଶୀଧର ପଣ୍ଡାଙ୍କ ମୃତ୍ୟୁ ହୋଇଥିଲା l କିନ୍ତୁ ନବୀନ ଦିବଂଗତ ଆତ୍ମାକୁ ଶେଷ ଶ୍ରଦ୍ଧାଞ୍ଜଳି ଦେବାକୁ ମଧ୍ୟ ଯାଇ ନଥିଲେ। ସତେ ଯେମିତି ବିଧାତାଙ୍କ ଦ୍ୱାରା ସେ ଦ୍ୱିତୀୟ ଥର ପାଇଁ ପାଇଥିଲେ ଶକ୍ତ ଅଭିଶାପ। ସେହି ଦିନଠାରୁ ନବୀନଙ୍କ ପାଇଁ ଆରମ୍ଭ ହୋଇଯାଇଥିଲା ଅଶୁଭ ସମୟ ଯାହାକୁ ସେ ଆଦୌ ଅନୁମାନ ମଧ୍ୟ କରିପାରି ନଥିଲେ କାରଣ ଜନପ୍ରିୟତା ଆଦୌ କମି ନଥିଲା ଦଳର ଯଦିବା କୁଟିଳ ପରାମର୍ଶଦାତାଙ୍କର ବଢିଥିଲା ସଂଖ୍ୟା ଓ ପ୍ରଭାବ ।
ଯେତେବେଳେ କୋଭିଡ୍ ମାନବଜାତିକୁ ସ୍ଥାଣୁ କରିଥିଲା, ସେତେବେଳକୁ,ଅତ୍ୟଧିକ ଆତ୍ମବିଶ୍ୱାସୀ ନବୀନ ରାଜ୍ୟକୁ ପ୍ରଶାସକ ଭିକେ ପାଣ୍ଡିଆନଙ୍କ ନେତୃତ୍ୱରେ ମୁଷ୍ଟିମେୟ ଅମଲାତନ୍ତ୍ରୀଙ୍କୁ ହସ୍ତାନ୍ତର କରିଶାସନ l ପାଣ୍ଡିଆନ ଜଣେ ଅତ୍ୟନ୍ତ ଦକ୍ଷ କାର୍ଯ୍ୟକର୍ତ୍ତା ଯିଏକି ନବୀନଙ୍କ ଇଛାରେ ରାଜ୍ୟ ଶାସନ ସହ ପ୍ରଶାସନିକ କଳକୁ ମଧ୍ୟ ନେଇଥିଲେ ନିୟନ୍ତ୍ରଣକୁ । ବରିଷ୍ଠ ଅମଲାମାନେ ମଧ୍ୟ ପୋଷ୍ଟିଂ ଏବଂ ସ୍ଥାନାନ୍ତର ପାଇଁ ଭିକେଙ୍କୁ ଖୁସି କରିବାକୁ ଲଗାଉଥିଲେ ଧାଡ଼ି ।
ଦଳର ଜନପ୍ରିୟତାକୁ ଅକ୍ଷୁର୍ଣ୍ଣ ଥିବା ହେତୁ ସହଜରେ ଜିତିଥିଲା 2019 ନିର୍ବାଚନ କାରଣ ନବୀନ ସେପର୍ଯ୍ୟନ୍ତ ଜନସାଧାରଣଙ୍କ ସହ ମିଶି ବୁଲି କରିଥିଲେ ପ୍ରଚାର l ଲୋକେ ବି ନବୀନଙ୍କୁ ସର୍ବଶକ୍ତିମାନ ପ୍ରଭୁ ହିସାବରେ ବସାଇଥିଲେ ମୁଣ୍ଡରେ । କିନ୍ତୁ କୋଭିଡ୍ ଏବଂ ପରବର୍ତ୍ତୀ ସମୟରେ, ଲୋକମାନେ ନବୀନଙ୍କୁ ଦେଖିବାକୁ ପାଇ ନଥିଲେ ଜଣେ ସକ୍ରିୟ ମୁଖ୍ୟମନ୍ତ୍ରୀ ଭାବରେ । ଘରେ ବନ୍ଦ ହୋଇ ରହିଥିଲେ ନବୀନ ଏବଂ କାହାକୁ ବି ଭେଟିବାକୁ ବଳାଉ ନଥିଲେ ମନ । ଫଳତଃ ପାଣ୍ଡିଆନ ନିଜର ସାଧାରଣ ସରଳତା ଏବଂ ନମ୍ରତା ହରାଇ ହୋଇ ଯାଇଥିଲେ ଜଣେ ସ୍ୱେଚ୍ଛାଚାରୀ, ଏକଛତ୍ରବାଦୀ ଶାସକ । ସେ ଠଉରାଇ ପାରିଲେ ନାହିଁ ଯେ ସେ ପରଦା ପଛରୁ ନିର୍ଦ୍ଦେଶ ଦେଉଥିବା ପର୍ଯ୍ୟନ୍ତ ଥିଲେ ଜଣେ ଅତି ଆଦରଣୀୟ ବ୍ୟକ୍ତି ।
ଖୁବ ଶୀଘ୍ର ପାଣ୍ଡିଆନ୍ ହରାଇଥିଲେ ପ୍ରକୃତ ନିୟନ୍ତ୍ରଣ ଏବଂ ନିର୍ଭର କରିଥିଲେ ଦିବାଲୋକ ଡକାୟତଙ୍କ ଉପରେ ଯେଉଁମାନେ ତାଙ୍କୁ କେବେ କହିନଥିଲେ ଯେ ପାଦ ତଳର ମାଟି ଖସି ଖସି ଯାଉଛି। ପରିସ୍ଥିତି ଆହୁରି ଜଟିଳ ହୋଇଗଲା ଯେତେବେଳେ ଜଣେ ଦୁଷ୍ଟ ଚଳଚ୍ଚିତ୍ର ନିର୍ମାତା ଲୁଙ୍ଗିରେ ବିଜେଡି ପ୍ଲାକାର୍ଡ ଧରି ନବୀନଙ୍କ ଭିଡିଓ କ୍ଲିପ୍ ତିଆରି କରି ଭାଇରାଲ କରିବାକୁ ପାଣ୍ଡିଆନଙ୍କୁ ପ୍ରବର୍ତ୍ତାଇଲେ । ଏହି ବିରକ୍ତକାରୀ ଭିଡିଓ ସହିତ ଅଗଣିତ ଶସ୍ତା ଭିଡିଓ, ଗୀତ ଜନସାଧାରଣଙ୍କୁ ଏତେ ବ୍ୟଥିତ କରିଥିଲା ଯେ ସେମାନେ ନବୀନଙ୍କ ସହିତ ବିଜେଡିକୁ ସମ୍ପୂର୍ଣ ମୂଳପୋଛ କରିବାକୁ ନେଇଥିଲେ ନିଷ୍ପତ୍ତି । ଏସବୁ ଭୟଙ୍କର ବାର୍ତ୍ତା ମଧ୍ୟ ମିଳି ନଥିଲା ପାଣ୍ଡିଆନଙ୍କୁ l
ଏହି ସମସ୍ତ ନିନ୍ଦନୀୟ ଘଟଣା ପୂର୍ବରୁ, ପାଣ୍ଡିଆନଙ୍କୁ ସର୍ବୋଚ୍ଚ କତୃପକ୍ଷ କରିବା ପାଇଁ ଗଠନ କରାଯାଇଥିଲା ଏଭଳି ଏକ ଭିତ୍ତିହୀନ 5T ବିଭାଗ ଯାହା ଫଳରେ ବରିଷ୍ଠ ସଚିବମାନେ ମଧ୍ୟ ତାଙ୍କୁ ପିଅନ ଭଳି ଗୋଡ଼ାଇ ଗୋଡ଼ାଇ ଯାଉ ଥିଲେ ପଛେ ପଛେ । ସୋସିଆଲ ମିଡିଆ 5T ବିଭାଗର ସଚିବଙ୍କୁ ଏଭଳି ପ୍ରଚଣ୍ଡ ଭାବରେ ସମାଲୋଚନା କରିବାକୁ ଆରମ୍ଭ କରିଥିଲା ଯେମିତିକି ଲୋକେ ତାଙ୍କୁ ପ୍ରତ୍ୟାଖ୍ୟାନ କରିବେ ସବୁଦିନ ପାଇଁ ।
ଏହି ବିରକ୍ତିକର ଜିନିଷଗୁଡ଼ିକ ସହିତ ବିଜେଡି 'ଶଙ୍ଖ ଭବନ' ନାମରେ ଦଳୀୟ ମୁଖ୍ୟ କାର୍ଯ୍ୟାଳୟ ନିର୍ମାଣ କରିଥିଲା, ଯେଉଁଥିରେ କୋଠାର ବାହାର ହଲରେ ପବିତ୍ର ହିନ୍ଦୁ ଦେବତାମାନଙ୍କୁ ପ୍ରଦର୍ଶନୀ ସାମଗ୍ରୀ ଭାବରେ କରାଯାଇଥିଲା ସ୍ଥାପନ, ଯାହା ଗ୍ରହଣୀୟ ନୁହେଁ ଏବଂ ଯେକୌଣସି ଧର୍ମନିରପେକ୍ଷ ଗଣତନ୍ତ୍ରରେ ଅନୁପଯୁକ୍ତ। ପୁରୀର ମହାନ ଜଗନ୍ନାଥ ମନ୍ଦିର ଚାରିପାଖରେ ନିର୍ମିତ ପରିକ୍ରମା ମାର୍ଗ' ମଧ୍ୟ ହିନ୍ଦୁ ରୀତିନୀତିରେ ଉଦ୍ଘାଟିତ ହୋଇଥିଲା, ଯାହାକି ଅକ୍ଷମଣୀୟ କାରଣ ମାର୍ଗଟି ହେଉଛି ଏକ ଧର୍ମନିରପେକ୍ଷ ଅଞ୍ଚଳ ! ଶେଷରେ ଜଣେ ଅତ୍ୟନ୍ତ ଅଯୋଗ୍ୟ ଚରିତ୍ର, ଯିଏକି କୌଣସି ଗୋଟିଏ ଭାଷାରେ ସ୍ପଷ୍ଟ ବାକ୍ୟଟିଏ ମଧ୍ୟ କହି ପାରନ୍ତି ନାହିଁ, ତାଙ୍କୁ ପୁରସ୍କୃତ କରାଯାଇଥିଲା ରାଜ୍ୟସଭା ଆସନରେ ବସାଇ, କାରଣ ସେ ବ୍ୟକ୍ତିଗତ ସମ୍ପତ୍ତି ଅଧିଗ୍ରହଣ ସମୟରେ ଲୋକ ଏବଂ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବନିଥିଲେ ମଧ୍ୟସ୍ଥି ।
2024 ନିର୍ବାଚନ ପ୍ରଚାର ପାଇଁ ନବୀନ ଥରେ ହେଲେ ବି ନିଜ ଘରୁ ବାହାରି ନଥିଲେ କିମ୍ବା ସେ ସାଧାରଣ ସୂତ୍ରରୁ ଜାଣିବାକୁ ଚେଷ୍ଟା କରିନଥିଲେ ଯେ ସେ ଏବେ ବି 2009 ଭଳି ଲୋକପ୍ରିୟ ଅଛନ୍ତି କି ନାହିଁ। ସେହି ଘଡ଼ିସନ୍ଧି ସମୟରେ ରାଜନୈତିକ ସହକର୍ମୀମାନେ ମଧ୍ୟ ନିଜ ଲାଭ ପାଇଁ ରହିଥିଲେ ଚୁପ୍।
ପାଣ୍ଡିଆନଙ୍କୁ ନିଜ ଦ୍ୱାରା ତିଆରି ଦୁଷ୍ଟ ଦଳ ଦ୍ୱାରା ଘୋର ଭାବରେ ପଥଭ୍ରଷ୍ଟ କରାଯିବା ସହ କୁହା ଯାଉଥିଲା ଯେ ସେ ମଧ୍ୟ ନବୀନଙ୍କ ଭଳି ଅତ୍ୟନ୍ତ ଲୋକପ୍ରିୟ- ଠିକ୍ ଯେମିତି ଜନସାଧାରଣଙ୍କ ପାଇଁ 2009 ରେ ନବୀନ୍ ଥିଲେ ଭଗବାନ-ସଦୃଶ l
କହିବା ବାହୁଲ୍ୟ ଯେ ବିଜେଡି ଭଳି ଏକ ସୁଦୃଢ଼, ଅଜେୟ ରାଜନୈତିକ ସଂଗଠନକୁ ଲୋକେ ଏତେ ଭୟଙ୍କର ଭାବରେ କ୍ଷମତାଚ୍ୟୁତ କଲେ ଯାହା ବିଶ୍ୱର ଅତି ସର୍ବୋଚ୍ଚ ଶ୍ରେଣୀର ଜନମତ ସର୍ଭେକ୍ଷଣ ବିଶାରଦ ମାନେ ମଧ୍ୟ କରି ନଥିଲେ କଳ୍ପନା ବା ଆକଳନ l ଅହଙ୍କାରଯୁକ୍ତ ଅତିଶୟ ଆତ୍ମବିଶ୍ୱାସ ହିଁ ବିଜେଡି ଭଳି ଏକ ପ୍ରକାଣ୍ଡ ଶକ୍ତିଶାଳୀ ଅପରାଜେୟ ଦଳକୁ ମିଶାଇଦେଲା ମାଟିରେ l ହୃତ ଗୌରବ ଯେ ପୁଣି କେବେ ଲେଉଟିବ, ସେ ବିଶ୍ୱାସ ଆଉ ନାହିଁ ବିଜେଡି ପ୍ରେମୀ ମାନଙ୍କ ମନରେ l
What's Your Reaction?






