ବିଜୟ ପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଦିଲ୍ଲୀପ ରାୟ
ରାଜ୍ୟସଭା ନିର୍ବାଚନରେ ବିଜୟୀ ହେବା ପରେ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ କୃତଜ୍ଞତା ଜଣାଇଛନ୍ତି ରାଜ୍ୟସଭାର ନବ ନିର୍ବାର୍ଚିତ ସାଂସଦ ଦିଲୀପ ରାୟ। ଆର୍ଶୀବାଦ ସହ ଓଡିଶାବାସୀଙ୍କ ପାଇଁ ଆଗକୁ ଭଲ କାମ କରିବାକୁ ମହାପ୍ରଭୁ ଧୈର୍ଯ୍ୟ ଓ ସାହାସ ଦିଅନ୍ତୁ ବୋଲି ସେ କରିଛନ୍ତି ପ୍ରାର୍ଥନା। ସେ ଆହୁରି କହିଛନ୍ତି ଯେ, ରାଜ୍ୟସଭା ନିର୍ବାଚନ ଜିତିବା ପାଇଁ ନିଶ୍ଚିତ ଥିଲି। ସେଥିପାଇଁ ଦୁଇମାସ ପୂର୍ବରୁ ଆରମ୍ଭ କରିଥିଲି ସମସ୍ତ ନିର୍ବାଚନୀ ପ୍ରସ୍ତୁତି । ଯେଉଁ ବିଧାୟକ ମାନେ ମତେ କ୍ରସ ଭୋଟିଂ କରି ସମର୍ଥନ ଜଣାଇଛନ୍ତି ସେମାନଙ୍କ ମଧ୍ୟରୁ କିଛିଙ୍କ ସହ ବ୍ୟକ୍ତିଗତ ଭାବରେ ସମ୍ପର୍କ ରହିଥିବାବେଳେ କିଛି ବିଧାୟକ ମାନଙ୍କର ଥିଲା ଭଲପାଇବା ଓ ସମର୍ଥନ ,ଯେଉଁଥି ପାଇଁ ମୁଁ ନିର୍ବାଚନ ଜିତିଲି ବୋଲି କହିଛନ୍ତି ଦୀଲିପ ରାୟ।
What's Your Reaction?