ବିବାହିତ ନୌସେନା ଅଫିସରଙ୍କ ଜଘନ୍ୟ କାଣ୍ଡ
ଆନ୍ଧ୍ରପ୍ରଦେଶର ବିଶାଖାପଟନମ୍ରୁ ଆସିଛି ଏକ ଲୋମଟାଙ୍କୁରା ଘଟଣା। ଜଣେ ଭାରତୀୟ ନୌସେନା କର୍ମଚାରୀ ତାଙ୍କ ୨୮ ବର୍ଷୀୟା ପ୍ରେମିକାଙ୍କୁ କରିଛନ୍ତି ହତ୍ୟା। ଏହା ପରେ ସେ ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି କିଛି ଅଂଶକୁ ଏକ ଫ୍ରିଜରେ ଲୁଚାଇ ରଖିଥିବାବେଳେ ଦାଭିଭରମ ନିକଟରେ ଏକ ଖାଲି ସ୍ଥାନରେ ପୋଡ଼ି ଦେଇଥିଲେ କଟା ମୁଣ୍ଡ ଏବଂ ହାତ। ତେବେ ପ୍ରମାଣ ନଷ୍ଟ କରିବା ପୂର୍ବରୁ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ ।ହତ୍ୟାକାରୀ ରବିନ୍ଦ୍ର ମୂଳତଃ ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲାର ରାଜମର ବାସିନ୍ଦା ହୋଇଥିବାବେଳେ ମୃତ ମହିଳା ହେଉଛନ୍ତି ବିଶାଖାପାଟଣାର ବାସିନ୍ଦା ମୋନିକା। ଅଭିଯୁକ୍ତର ମୃତ ମହିଳାଙ୍କ ସହିତ ଅବୈଧ ସମ୍ପର୍କ ଥିଲା।
What's Your Reaction?