ବୈଷ୍ଣବ ସାମଲ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଖ୍ୟାତନାମା ସାହିତି୍ୟକ ପ୍ରଫେସର ବୈଷ୍ଣବ ଚରଣ ସାମଲଙ୍କୁ ମିଳିବ ମର୍ଯ୍ୟାଦାଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ସେ ତାଙ୍କର ପ୍ରବନ୍ଧ ‘ଭୂତି ଭକ୍ତି ବିଭୂତି’ ଲାଗି ଏହି ପୁରଷ୍କାର ପାଇବେ ବୋଲି ମିଳିଛି ସୂଚନା।ବୈଷ୍ଣବ ସାମଲ ଉତ୍କଳ ବିଶ୍ବବିଦ୍ୟାଳୟ ଓ ଶାନ୍ତିନିକେତନ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ପ୍ରଫେସର୍ ଭାବେ କରିଛନ୍ତି କାର୍ଯ୍ୟ। ଓଡ଼ିଆ ସାହିତ୍ୟର ଇତିହାସ, ଓ ଗଳ୍ପର ଇତିବୃତ୍ତ, ଓ ଗଳ୍ପ: ଉନ୍ମେଷ ଓ ଉଚ୍ଚାରଣ, ସମୀକ୍ଷାଲୋକ, ସମାଲୋଚନା: ସ୍ବର ଓ ସ୍ବାକ୍ଷର ଆଦି ସମେତ ତାଙ୍କର ୧୨୦ ଖଣ୍ଡ ପୁସ୍ତକ ହୋଇଛି ପ୍ରକାଶିତ। ୧୯୩୯ ଜାନୁଆରୀ ୨୭ରେ ବୈଷ୍ଣବ ଚରଣ ସାମଲ ଜନ୍ମଗ୍ରହଣ କରିଛନ୍ତି। ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିବା ନେଇ ଘୋଷଣା କରାଯାଇଥିବାରୁ ସାହିତ୍ୟ ଜଗତରେ ଖେଳିଯାଇଛି ଆନନ୍ଦର ଲହରି।
What's Your Reaction?






