ଭିଜିଲାନ୍ସ ଜେରାରୁ ଆଶ୍ୱସ୍ଥି ପାଇଁ ଡ୍ରାମା କରୁଥିଲେ ଶ୍ରମ ଅଧିକାରୀ ; ମେଡିକାଲରୁ ଆଣି ପୁଣି ଜେରା

Sep 1, 2026 - 11:52
 0  1
ଭିଜିଲାନ୍ସ ଜେରାରୁ ଆଶ୍ୱସ୍ଥି ପାଇଁ ଡ୍ରାମା କରୁଥିଲେ ଶ୍ରମ ଅଧିକାରୀ ; ମେଡିକାଲରୁ ଆଣି ପୁଣି ଜେରା

ପୁଣି ଭିଜିଲାନ୍ସ ପଞ୍ଝାକୁ ଫେରିଗଲେ ଶ୍ରମ ଅଧିକାରୀ । ଡାକ୍ତରଖାନାରୁ ଡିସଚାର୍ଜ ପରେ ପୁଣି ଭିଜିଲାନ୍ସ ପଞ୍ଝାରେ କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଷୋୟୀ। ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିବା ପରେ ତାଙ୍କ ଠିକଣାରେ ଚାଲିଥିଲା ଜୋରଦାର ଚଢ଼ାଉ । 

କାମ ଦେଲାନି ଅସୁସ୍ଥତାର ଡ୍ରାମା! ହସ୍ପିଟାଲରୁ ଡିସଚାର୍ଜ ହୋଇ ପୁଣି ଭିଜିଲାନ୍ସ ପଞ୍ଝାକୁ ଫେରିଲେ କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଷୋୟୀ।

କାମ ଦେଲାନି ଲାଞ୍ଚୁଆ ଶ୍ରମ ଅଧିକାରୀଙ୍କ ଅସୁସ୍ଥ ଡ୍ରାମା । ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବାରୁ ଡିସଚାର୍ଜ କରିଦେଲେ ଡାକ୍ତର । ପୁଣି ଭିଜିଲାନ୍ସ ପଞ୍ଝାକୁ ଫେରିଗଲେ ଶ୍ରମ ଅଧିକାରୀ । ଡାକ୍ତରଖାନାରୁ ଡିସଚାର୍ଜ ପରେ ପୁଣି ଭିଜିଲାନ୍ସ ପଞ୍ଝାରେ କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଷୋୟୀ। ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିବା ପରେ ତାଙ୍କ ଠିକଣାରେ ଚାଲିଥିଲା ଜୋରଦାର ଚଢ଼ାଉ । ସ୍ଥାବର ଅସ୍ଥାବର ସଂପତ୍ତିର ହିସାବ ଚାଲିଥିବା ଦେଖି ଡ୍ରାମା କରିଥିଲେ ଶ୍ରମ ଅଧିକାରୀ , ଛାତିରେ ଯନ୍ତ୍ରଣା ହେଉଥିବା କହିଥିଲେ । କୋର୍ଟ ଚାଲାଣ ପୂର୍ବରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ ଭିଜିଲାନ୍ସ ଟିମ୍ । ଡାକ୍ତର ଆକାଶ ବିଷୋୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରିବା ସହ କିଛି ସମୟ ନିରୀକ୍ଷଣରେ ରଖି ଡିସଚାର୍ଜ କରିଥିଲେ ।    ଏହାପରେ ପୁଣି ଭିଜିଲାନ୍ସ ହେପାଜତକୁ ଫେରିଛନ୍ତି ଶ୍ରମ ଅଧିକାରୀ । ଚଢ଼ାଉ ସମୟରେ ଶ୍ରମ ଅଧିକାରୀ ଆକାଶ ବିଷୋୟୀଙ୍କ ବିଭିନ୍ନ ଠିକଣାରୁ ନଗଦ ୭ ଲକ୍ଷରୁ ଅଧିକ ଟଙ୍କା ଓ ୩୦୦ ଗ୍ରାମ ସୁନା ଗହଣା ଜବତ ହୋଇଛି । ଲାଞ୍ଚ ଅଭିଯୋଗରେ ଗିରଫ, ତା'ପରେ ସରକାରୀ ବାସଭବନରୁ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଜବତ, ଆଉ ଏବେ ଅସୁସ୍ଥତା ପରେ ଡିସଚାର୍ଜ ଘଟଣାକୁ ନେଇ ଚର୍ଚ୍ଚା ବଢିଛି ।   

୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଶ୍ରମ ଅଧିକାରୀ। ଏହାପରେ ତାଙ୍କ ବିଭିନ୍ନ ଠିକଣାରେ ଆରମ୍ଭ ହୋଇଥିଲା ଜୋରଦାର ଚଢ଼ାଉ। ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ହିସାବ ଚାଲିଥିବା ବେଳେ ହଠାତ୍ ଅସୁସ୍ଥତାର ଅଭିଯୋଗ କରିଥିଲେ ଆକାଶ ବିଷୋୟୀ।ଛାତିରେ ଯନ୍ତ୍ରଣା ହେଉଥିବା କହିବା ପରେ କୋର୍ଟ ଚାଲାଣ ପୂର୍ବରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲା ଭିଜିଲାନ୍ସ ଟିମ୍। ଡାକ୍ତରମାନେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ କିଛି ସମୟ ତାଙ୍କୁ ନିରୀକ୍ଷଣରେ ରଖିଥିଲେ। ତେବେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବାରୁ ଶେଷରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା।

ଆଉ ଡିସଚାର୍ଜ ହେବା ପରେ ପୁଣି ଭିଜିଲାନ୍ସ ହେପାଜତକୁ ଫେରିଛନ୍ତି ଶ୍ରମ ଅଧିକାରୀ। ଏପଟେ ତାଙ୍କ ବିଭିନ୍ନ ଠିକଣାରେ ହୋଇଥିବା ଚଢ଼ାଉରେ ନଗଦ ୭ ଲକ୍ଷରୁ ଅଧିକ ଟଙ୍କା ସହ ପ୍ରାୟ ୩୦୦ ଗ୍ରାମ ସୁନା ଗହଣା ଜବତ ହୋଇଥିବା ସୂଚନା ମିଳିଛି। ଲାଞ୍ଚ ନେବା ବେଳେ ଗିରଫ, ତା’ପରେ ସମ୍ପତ୍ତି ଉପରେ ଭିଜିଲାନ୍ସର ନଜର, ଆଉ ଏବେ ଅସୁସ୍ଥତା ପରେ ହସ୍ପିଟାଲରୁ ଡିସଚାର୍ଜ—ସମଗ୍ର ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ତେବେ ଏହି ନଗଦ ଟଙ୍କା ଓ ସୁନା ଗହଣାର ଉତ୍ସ କ’ଣ? ଆକାଶ ବିଷୋୟୀଙ୍କ ସମ୍ପତ୍ତିର ତାଲିକାରେ ଆଉ କେଉଁ କେଉଁ ତଥ୍ୟ ସାମ୍ନାକୁ ଆସିବ? ଆଉ ଲାଞ୍ଚ କାରବାର ପଛରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି? ଭିଜିଲାନ୍ସ ତଦନ୍ତରେ ଏବେ ସେହି ସବୁ ଦିଗ ଉପରେ ରହିଛି ନଜର।

What's Your Reaction?

like

dislike

love

funny

angry

sad

wow