ମଙ୍ଗଳବାର ଭୁବନେଶ୍ୱରରେ ଛୁଟି ରହିବ ବିଦ୍ୟାଳୟ ଓ ମହାବିଦ୍ୟାଳୟ।

Sep 15, 2024 - 13:13
 0  5
ମଙ୍ଗଳବାର ଭୁବନେଶ୍ୱରରେ ଛୁଟି ରହିବ ବିଦ୍ୟାଳୟ ଓ ମହାବିଦ୍ୟାଳୟ।

ମଙ୍ଗଳବାର ଭୁବନେଶ୍ୱରରେ ଛୁଟି ରହିବ ବିଦ୍ୟାଳୟ ଓ ମହାବିଦ୍ୟାଳୟ। ଏଥି ସହିତ ସରକାରୀ କାର୍ଯ୍ୟାଳୟ ଗୁଡିକ ସକାଳୁ ଦିନ ୨ଟା ପର୍ଯ୍ୟନ୍ତ ରହିବ ଛୁଟି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି ଘୋଷଣା।ସେପ୍ଟେମ୍ୱର ୧୭ ତାରିଖ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱରରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାର ରହିଛି କାର୍ଯ୍ୟକ୍ରମ। ଏଥିରେ ବିପୁଳ ଜନ ସମାଗମକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ସମସ୍ତ  ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକ କରିଛନ୍ତି ଛୁଟି ଘୋଷଣା। ଏଥି ସହିତ ସେହି ଦିନ ଦିନ ୨ଟା ପର୍ଯ୍ୟନ୍ତ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ସମସ୍ତ ସରକାରୀ ଅଫିସ ଓ ରାଜସ୍ୱ ଏବଂ ମାଜିଷ୍ଟେରିଆଲ କୋର୍ଟକୁ କରାଯାଇଛି ଛୁଟି ଘୋଷଣା ।

What's Your Reaction?

like

dislike

love

funny

angry

sad

wow