ରାଜ୍ୟସଭା ନିର୍ବାଚନରେ ୩ ଆସନ ଦଖଲ କରିବ ବିଜେପି
The BJP is confident of winning three seats in the Rajya Sabha elections. BJP in-charge Vijay Pal Singh Tomar expressed this confidence, stating that a strategy has been prepared to secure three seats. The parliamentary board will decide the candidates. Notably, four Rajya Sabha seats from Odisha will fall vacant. Out of these, BJP is expected to win two and BJD one. However, discussions have begun over the candidates. For the fourth seat, since neither BJP nor BJD has sufficient numbers, a tough contest is expected.
ରାଜ୍ୟସଭା ନିର୍ବାଚନରେ ୩ ଆସନ ଦଖଲ କରିବ ବିଜେପି । ଏନେଇ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ବିଜେପି ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର । ସେ କହିଛନ୍ତି ଯେ, ବିଜେପି ଖାତାକୁ ତିନୋଟି ଆସନ ଯିବାପାଇଁ କରାଯାଇଛି ରଣନୀତି । ପ୍ରାର୍ଥୀ କିଏ ହେବ ସେ ନିଷ୍ପତ୍ତି ନେବ ସଂସଦୀୟ ବୋର୍ଡ । ସୂଚନାଯୋଗ୍ୟ ଯେ, ରାଜ୍ୟସଭା ପାଇଁ ଓଡ଼ିଶାରୁ ଖାଲି ହେବ ୪ଟି ଆସନ । ୪ଟି ଆସନ ଭିତରୁ ବିଜେପି ୨ଟି ଏବଂ ବିଜେଡି ଗୋଟିଏ ଆସନ ଜିତିବା ଥୟ । କିନ୍ତୁ ଏହି ଆସନରେ ପ୍ରାର୍ଥି କିଏ ହେବେ, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ସେହିଭଳି ଚତୁର୍ଥ ଆସନ ପାଇଁ ବିଜେପି କି ବିଜେଡି ପାଖରେ ସଂଖ୍ୟା ନଥିବାରୁ ଏହି ଆସନ ପାଇଁ ଦେଖିବାକୁ ମିଳିବ ଛକାପଞ୍ଛା ।
What's Your Reaction?