ରାଶିଫଳ

Nov 18, 2024 - 11:41
Nov 18, 2024 - 11:58
 0  2
ରାଶିଫଳ
ମେଷ
 ଜଣେ ବନ୍ଧୁ ଆସିବେ କିନ୍ତୁ ଫେରିବା ସମୟକୁ ମନଦୁଃଖ କରି ଅନୁରୋଧପୂର୍ଣ୍ଣ କଥା କହି ବିଦାୟ ନେବେ। ଶାରୀରିକ କ୍ଳାନ୍ତି ଓ ଅବସାଦ ଦେଖାଦେବ। ବ୍ୟବସାୟ, ପରିବହନ, ନିର୍ମାଣ, ଆଇନ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।
ବୃଷ
ବନ୍ଧୁଙ୍କ ଫେରିବା ବାଟକୁ ଚାହିଁ ଚାହିଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। ବ୍ୟବସାୟ, ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବ। ପାରିବାରିକ କ୍ଷେତ୍ରରେ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବାର ସୂଚନା ରହିଛି।
ମିଥୁନ
କହିବାକୁ ଇଚ୍ଛା ଥିଲେ ମଧ୍ୟ ସଙ୍କୋଚବଶତଃ ବନ୍ଧୁଙ୍କ ନିକଟରେ ମନକଥା ପ୍ରକାଶ କରିପାରିବେ ନାହିଁ। ପିତୃବର୍ଗରେ ଶ୍ରଦ୍ଧାଭାଜନ ହେବେ ଏବଂ ସାମୟିକ ଆଶ୍ୱସ୍ତି ଲାଭ କରିବେ। ମାଲିମକଦ୍ଦମାରେ ବିଚାର ବିଳମ୍ବିତ ହେବାରୁ ମନ ଭଲ ରହି ନ ପାରେ।
କର୍କଟ
 ଦୀର୍ଘଦିନ ପରେ ଆଜି ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ। ପରିବାରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ। ନିର୍ମାଣ, ପରିବହନରେ କିଛି ସମସ୍ୟା ଦେଖାଦେବ। ସମ୍ପର୍କୀୟଙ୍କ ଦ୍ୱାରା ଉପକୃତ ହେବେ।
ସି˚ହ
ଶୁଭଗ୍ରହମାନଙ୍କ ପ୍ରଭାବରୁ କର୍ମକ୍ଷେତ୍ରରେ ସଂଘର୍ଷମୟ ପରିସ୍ଥିତିର ଦୃଢ଼ ମୁକାବିଲା କରିପାରିବେ। ଆବଶ୍ୟକତା ପୂରଣ ସକାଶେ ଟଙ୍କା ଯୋଗାଡ ପାଇଁ ଫନ୍ଦିଫିକର କରିପାରନ୍ତି। ବନ୍ଧୁଙ୍କ ସହ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହେବେ।
କନ୍ୟା

ପାପଗ୍ରହଜନିତ ସମସ୍ୟା ଲାଗି ରହିବା କାରଣରୁ ମାନସିକ ସ୍ଥିତି ଭଲ ରହି ନ ପାରେ। ଧୀରସ୍ଥିର ମନ ନେଇ କାମକଲେ ସମସ୍ୟା ସମାଧାନ ହେବ। ନିଜର ଆତ୍ମୀୟମାନେ ହଠାତ୍‌ ଶତ୍ରୁତା କରିବେ। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ। ଦୀର୍ଘ ଦିନରୁ ରହି ଆସିଥିବା ବକେୟା ଅର୍ଥ ଆଦାୟ କରିବାରେ ଆଜି ହିଁ ସକ୍ଷମ ହେବେ।
ତୁଳା
କେତୁ ପ୍ରଭାବରେ ଅସୁବିଧା ଭିତରେ ଗତି କରୁଥିବାରୁ ମାନସିକ ଅବସ୍ଥା ଖରାପ ରହିବ। ମୂଲ୍ୟବାନ ଜିନିଷ କ୍ରୟ ସକାଶେ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡିବାର ସୂଚନା ରହିଛି। ଚାକିରିରେ, ସଭା ସମିତିରେ, ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଯେତେ ଭଲ କାମ କଲେ ମଧ୍ୟ ଚିତ୍ରା ନକ୍ଷତ୍ର ଆଦର, ସମ୍ମାନ ପାଇପାରିବେ ନାହିଁ।
ବିଛା
ଚତୁର୍ଥ ଶନି ପ୍ରଭାବରେ ଅତୀତ ଘଟଣା ମନକୁ ଆଲୋଡିତ କରିବା ଫଳରେ ମନ ଭଲ ଲାଗିବ ନାହିଁ। ବନ୍ଧୁମିଳନଜନିତ ସାମୟିକ ହସଖୁସିର ଖୋରାକ ଜ୍ୟେଷ୍ଠା ନକ୍ଷତ୍ର ପାଇପାରନ୍ତି। ଚଳିତ ପରିସ୍ଥିତିର ବିଷମତା ଜାଣିଶୁଣି ମଧ୍ୟ ସବୁ କଥାରେ ନୀରବ ରହିବାକୁ ପଡିବ।
ଧନୁ
 ବନ୍ଧୁଙ୍କ ବାଧ୍ୟ ବାଧକତାରେ ନାହିଁ କରି ନ ପାରି ଦୂରଯାତ୍ରା କରିବାକୁ ପଡିବ। ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ଉତ୍ତରାଷାଢା ନକ୍ଷତ୍ର ବ୍ୟବସାୟ, ପରିବହନ, ଅର୍ଥ ସମ୍ପର୍କ, ସଭା ସମିତିରୁ ଖୁସି ରହିବେ।
ମକର
ଶୁଭଗ୍ରହ ପ୍ରଭାବରେ ପ୍ରତ୍ୟେକ କାମ ଓ କଥାକୁ ସରଳତାର ସହ ଗ୍ରହଣ କରି ଉପକୃତ ହେବେ। ଶ୍ରବଣା ନକ୍ଷତ୍ର କ୍ରୀଡ଼ା, ଚଳଚ୍ଚିତ୍ର, କଳା, ସାହିତ୍ୟରେ ଉନ୍ନତି କରିବେ। ସାଧାରଣ କଥାରେ ରାଗି ଯାଇ ଯାହାତାହା କହି ପକାଇବା ଫଳରେ କିଛି ସମସ୍ୟା ଆସିପାରେ।
କୁମ୍ଭ
ବ୍ୟବସାୟ ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହୋଇପାରେ। ବହୁତ ଦିନ ହେଲା ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ। ପରିବାରରେ ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ।
ମୀନ
 ସନ୍ତାନମାନଙ୍କ ବିଶୃଙ୍ଖଳିତ ଆଚରଣ,କିଛିଟା ଅଭାବ ଓ ଅସୁବିଧା ମନକୁ ଭାରାକ୍ରାନ୍ତ କରିବ। ସତର୍କରେ ଚଳିଲେ ସୁଦ୍ଧା ବିବାଦ ଭିତରକୁ ଟାଣି ହୋଇଯିବାର ସୂଚନା ରହିଛି। ଚେଷ୍ଟା କରୁଥିବା କାମରେ ସଫଳତା ପାଇବା ଯୋଗୁ ଆନନ୍ଦ ଅନୁଭବ କରିବେ।

What's Your Reaction?

like

dislike

love

funny

angry

sad

wow