ରାଶିଫଳ

Jun 21, 2024 - 11:27
 0  6
ରାଶିଫଳ
ମେଷ

 ବନ୍ଧୁଙ୍କ ସାହାଯ୍ୟ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବାର ନିଷ୍ପତ୍ତି ନେବେ। ଉପସ୍ଥିତ ବୁଦ୍ଧି ଖଟାଇ ଘରର ଅଶାନ୍ତ ପରିସ୍ଥିତିକୁ ସମ୍ଭାଳି ନେଇପାରନ୍ତି। ଅଧ୍ୟାପନା, କ୍ରୀଡ଼ା, ଚଳଚ୍ଚିତ୍ର, ସାହିତ୍ୟ, ସାମ୍ବାଦିକତା ତଥା ପ୍ରତିଯୋଗିତା କ୍ଷେତ୍ରରୁ ପ୍ରଶଂସା ମିଳିବ।
ବୃଷ

ଗଜକେଶରୀ ଯୋଗ ଫଳସ୍ବରୂପ ସାମାଜିକ ସ୍ତରରେ ପ୍ରତିଷ୍ଠିତ ହେବେ। କଚେରି ମାମଲାର ଶୁଣାଣି ବିଳମ୍ବ ହେତୁ ବ୍ୟସ୍ତତା ଅନୁଭବ କରିପାରନ୍ତି। କଳା, କ୍ରୀଡା, ସଙ୍ଗୀତ, ଚଳଚ୍ଚିତ୍ର ତଥା ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ପାଇବେ।
ମିଥୁନ

ସମୟାନୁସାରେ କାମ ଶେଷ କରି ଲକ୍ଷ୍ୟ ହାସଲ କରିବେ। ସାଧାରଣ ଘଟଣାକୁ କେନ୍ଦ୍ରକରି ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟିର ସୂଚନା ରହିଛି। ଆନୁଷ୍ଠାନିକ ତଥା ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ।
କର୍କଟ

କର୍ମାଧିପତି ସ୍ବଗୃହସ୍ଥ ଯୋଗୁ ପ୍ରତ୍ୟେକ ଦିଗରୁ ସାହାଯ୍ୟ, ସହଯୋଗ ଲାଭ କରି କର୍ମପ୍ରବାହକୁ ଗତିଶୀଳ କରାଇବେ। ପାରିବାରିକ ଓ ପାରିପାର୍ଶ୍ୱିକ ପରିସ୍ଥିତି ଅନୁକୂଳ ରହିବ। ଶିଳ୍ପ, ବାଣିଜ୍ୟ, ପରିବହନରେ ସଫଳତା ହାସଲ କରିବେ। ରଚନାତ୍ମକ କାମ ତଥା ବିଜ୍ଞାନ, କାରିଗରିରେ ପ୍ରୋତ୍ସାହନ ପାଇବେ।
ସି˚ହ

ବନ୍ଧୁଙ୍କ ପ୍ରତିଶ୍ରୁତିରୁ ଆଗାମୀ ଆଶାକୁ ନେଇ କର୍ମକ୍ଷେତ୍ର ଗତାନୁଗତିକ ରୀତିରେ ଗଡିଚାଲିବ। ଘରୋଇ କ୍ଷେତ୍ରରେ ଠିକ୍‌ ନିଷ୍ପତ୍ତି ନେଇ ନ ପାରିବା କାରଣରୁ ଅଶାନ୍ତି ସୃଷ୍ଟି ହୋଇପାରେ। ଶାରୀରିକ ଅସୁସ୍ଥତାଜନିତ ମନ ଭାରାକ୍ରାନ୍ତ ରହିପାରେ।
କନ୍ୟା

ଲାଭାଧିପ ଚତୁର୍ଥକେନ୍ଦ୍ରସ୍ଥ ଯୋଗୁ ଘରକୁ ମୂଲ୍ୟବାନ୍‌ ଜିନିଷ ଆଣିପାରନ୍ତି। ସ୍ବାର୍ଥହାନି ଆଶଙ୍କାରେ ଭଲ ସମ୍ପର୍କ ଥିବା ବନ୍ଧୁଟି ଭୁଲ୍‌ ବୁଝିପାରନ୍ତି। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଅଭିଳଷିତ କାମ ହାସଲ କରିବେ। 
ତୁଳା

ଆଜି କଲ୍ୟାଣଚନ୍ଦ୍ର ଯୋଗୁ ଯାହା ଯେମିତି ଚାହୁଁଛନ୍ତି ତାହା କରିବାରେ ଅସୁବିଧା ହେବନାହିଁ।  ସାହିତ୍ୟଚର୍ଚ୍ଚା, ସଙ୍ଗୀତ ସମାରୋହ, ପ୍ରବଚନ, ସତ୍‌ସଙ୍ଗ ଓ ମନୋରଞ୍ଜନରୁ ପ୍ରଶଂସିତ ହେବେ। ହଠାତ୍‌ କୌଣସି ଘଟଣା ବିଚଳିତ କରିପାରେ କିନ୍ତୁ ସମ୍ମାନନୀୟ ବ୍ୟକ୍ତି ସହାୟତା କରିବେ।
ବିଛା

 ସ୍ବଗୃହୀ ଷଷ୍ଠସ୍ଥ ଚନ୍ଦ୍ର ଯୋଗୁ ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ। ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି। ଅନୁରାଧା ନକ୍ଷତ୍ର ପୁରୁଣା ଦିନର କଥାକୁ ନେଇ ଦୁଃଖରେ ରହିବାକୁ ବାଧ୍ୟ ହେବେ।
ଧନୁ

 ଆଳସ୍ୟ ଓ ଅବହେଳା କ୍ଷତିର କାରଣ ହୋଇପାରେ। ସାହିତ୍ୟ, କଳା, ସାମ୍ବାଦିକତା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ। ପ୍ରଶାସନିକ କିମ୍ବା ସାମାଜିକ ସ୍ତରରେ ମିଥ୍ୟାଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବାକୁ ବାଧ୍ୟ ହେବେ।
ମକର

 ସ୍ଥଗିତ କାମ ଆରମ୍ଭ ଯୋଜନା ଫଳପ୍ରଦ ହେବ। ପ୍ରତିବନ୍ଧକକୁ ପ୍ରତିହତ କରି କାମ କରିବେ ଏବଂ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ବନ୍ଧୁଙ୍କ ବଦାନ୍ୟତାରୁ ଅଭିଳଷିତ ଜିନିଷ ପାଇବାରେ କୌଣସି ଅସୁବିଧା ରହିବ ନାହିଁ।
କୁମ୍ଭ

 ଘରୋଇ କଥାକୁ କେନ୍ଦ୍ରକରି ଆତ୍ମୀୟ ଦୂରେଇ ଯାଇପାରନ୍ତି। ଶିଳ୍ପ ଓ ବ୍ୟବସାୟରେ ଉନ୍ନତିରୁ ସନ୍ତୋଷ ଲାଭ କରିବେ। ସଙ୍ଗୀତ ସାଧନା, ସାହିତ୍ୟ ଚର୍ଚ୍ଚା, କଳା, କ୍ରୀଡ଼ା, ଚଳଚ୍ଚିତ୍ର ଜଗତରୁ ସୁନାମ ଅର୍ଜନ କରିବାରେ ସହାୟକ ହେବ।
ମୀନ

ରାହୁ ରାଶିରେ ଥିବାରୁ କୌଶଳ ପ୍ରୟୋଗକରି ଦିନଟିକୁ ଖୁସି ମନରେ ବିତାଇବେ। ଏହା ସାଙ୍ଗକୁ ସମସ୍ୟାର ସମାଧାନ, ଅଭିଳଷିତ ଜିନିଷ ପ୍ରାପ୍ତି ଏବଂ ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ମଧ୍ୟ ପାଇପାରିବେ। ରାଜନୀତି, ସଂଗଠନ ତଥା ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। 

What's Your Reaction?

like

dislike

love

funny

angry

sad

wow