ରାଶିଫଳ
ଭୁଲ୍ ବୁଝାମଣା କାରଣରୁ ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବ। ପ୍ରତିବନ୍ଧକ ଲାଗିରହିଥିଲେ ମଧ୍ୟ ସମ୍ପର୍କୀୟଙ୍କ ସହଯୋଗରୁ ଉପକୃତ ହେବେ। କର୍ମକ୍ଷେତ୍ରର ଆଲୋଚନା କାଳରେ ସାଧାରଣ କଥାରୁ ସହକର୍ମୀ କ୍ଷୁବ୍ଧ ହୋଇପାରନ୍ତି।
ପାରିବାରିକ ସ୍ଥିତିରେ ସୁଧାର ଏବଂ ଜମିଜମା ବାବଦରେ ଖର୍ଚ୍ଚ ପରିମାଣ ବୃଦ୍ଧିପାଇବ। ଭ୍ରାତୃ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି। ପରିବାରର ଆବଶ୍ୟକତାକୁ ଅନୁଭବ କରି ନୂତନ ଜିନିଷ କିଣିବା ସକାଶେ ମନ ବଳାଇ ପାରନ୍ତି।
କଳା, ସାହିତ୍ୟ, ସଂସ୍କୃତିରୁ ପ୍ରଶଂସିତ ହେବା ସାଙ୍ଗକୁ ସାମାଜିକ ସ୍ତରରେ ସମ୍ମାନିତ ହେବେ। ବାଣିଜ୍ୟ,ପରିବହନ ଓ ସଂଗଠନ କ୍ଷେତ୍ରରେ ପ୍ରତିବନ୍ଧକ ଆଶଙ୍କା ରହିଛି। ଆର୍ଥିକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲ ରହିବା ସହ ନୂତନ କର୍ମାରମ୍ଭ କରିପପାରନ୍ତି।
ଶନି ଦୃଷ୍ଟ ଧନସ୍ଥାନ ହେତୁ ଧାର କରଜ ପାଇଁ ବ୍ୟସ୍ତତା ବଢିଯିବ। ଆକସ୍ମିକ ଭାବରେ କୈାଣସି ବିଶିଷ୍ଟବ୍ୟକ୍ତିଙ୍କ ସହାୟତା ମିଳିବା ଆଶା ରହିଛି। ପରିସ୍ଥିତିବଶତଃ ଇଚ୍ଛା ନ ଥିଲେ ମଧ୍ୟ ଦୂରଯାତ୍ରା କରିବାକୁ ବାଧ୍ୟ ହୋଇପାରନ୍ତି।
ମଙ୍ଗଳ ସହ ଶନିଙ୍କ ଷଡ଼ାଷ୍ଟକ ସ୍ଥିତି ହେତୁ କୌଣସି ବନ୍ଧୁଙ୍କ ଅନୁପସ୍ଥିତି ମନରେ ଭାବାନ୍ତର ସୃଷ୍ଟି କରିବ। ସାଧାରଣ କଥାରେ ସ୍ତ୍ରୀଙ୍କ ସହ ମତାନ୍ତର ଘଟିପାରେ। କଳା, ସାହିତ୍ୟ, ସଙ୍ଗୀତ ଓ ରାଜନୀତି କ୍ଷେତ୍ରରେ ବେଶ୍ ଆଦୃତ ହେବେ। ସାଙ୍ଗଠନିକ କାର୍ଯ୍ୟରେ,ସଭା ସମିତିରେ, ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହୋଇପାରନ୍ତି।
ମୂଲ୍ୟବାନ୍ ଜିନିଷ କ୍ରୟ କ୍ଷେତ୍ରରେ ଅର୍ଥସଙ୍କଟ ଦେଖାଦେବ। ପାରିବାରିକ ସମସ୍ୟାର ସମାଧାନରେ ଜଣେ ବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। ଅପରାହ୍ନରେ ବନ୍ଧୁଙ୍କ ଜରିଆରେ ଅଶୌଚ ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି।
ଆତ୍ମୀୟଙ୍କ ନିକଟରୁ ଅର୍ଥ, ବସ୍ତ୍ରଭୂଷଣାଦି ପ୍ରାପ୍ତ ହୋଇ ଖୁସି ରହିପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ନିଜ ନିଜ କ୍ଷେତ୍ରରେ କିମ୍ବା ପରିବାରରେ ସମ୍ମାନଜନକ ସ୍ଥିତିରେ ରହିବେ।
ତୃତୀୟାଧିପ ଦୁଃସ୍ଥାନସ୍ଥ ଯୋଗୁ ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ଅସମର୍ଥ ହେବେ। ପାରିବାରିକ ଜୀବନରେ ଉଚିତ ବୁଝାମଣାଜନିତ ପାରିବାରିକ ସ୍ଥିତି ମନ୍ଦ ହେବନି। କୌଣସି ବିବଦୀୟ ପରିସରରେ ବେଶି ସମୟ ରହିବା ଠିକ୍ ହେବନାହିଁ।
What's Your Reaction?