ଶେଷରେ ଚାମେଲି ମାମଲାରେ ମୁହଁ ଖୋଲିଲେ ମହାକାଳପଡା ବିଧାୟକ
ଶେଷରେ ଚାମେଲି ମାମଲାରେ ମୁହଁ ଖୋଲିଲେ ମହାକାଳପଡା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ । ତିଖିରି ସରପଞ୍ଚ ଚାମେଲି ପ୍ରସଙ୍ଗରେ ବିବାଦୀୟ ହୋଇପଡ଼ିଛନ୍ତି ମହାକାଳପଡା ବିଧାୟକ । ନିଜ ସପକ୍ଷରେ ସଫେଇ ରଖିବା ସହ ଅନ୍ୟ ପ୍ରଶ୍ନକୁ ଏଡ଼ାଇ ଯାଇଛନ୍ତି । କହିଲେ , ବିରୋଧୀଙ୍କ ରାଜନୀତିର ପଶାପାଲି ସାନ ଭଉଣୀ ଚାମେଲି ଫସି ଯାଇଛି । ଅନ୍ୟପଟେ ଚାମେଲି ଓଝା ନ୍ୟାୟ ପାଇଁ ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆଙ୍କୁ ଲେଖିଲେ ଚିଠି । ଘଟଣାର ୭ ଦିନ ଭିତରେ ନ୍ୟାୟ ଦିଅ । ନହେଲେ ଅନିର୍ଦ୍ଧିଷ୍ଟ କାଳ ପର୍ୟ୍ୟନ୍ତ କେନ୍ଦ୍ରାପଡ଼ାରେ ଏସପିଙ୍କ କାର୍ୟ୍ୟଳୟରେ ଧାରଣାରେ ବସିବେ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ଚାମେଲି । କେନ୍ଦ୍ରାପଡ଼ା ଏସ୍ପିଙ୍କ ଉପରେ ଭରସା ନାହିଁ । ଆକ୍ରମଣକାରୀ ୭ ଜଣ ଏବେ ବି ବାହାରେ ବୁଲୁଛନ୍ତି । ତେଣୁ ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ଭଲ୍ଲେଖ କରିଛନ୍ତି ଚାମେଲି ଓଝା ।
What's Your Reaction?