ସହରାଞ୍ଚଳରେ ପିଏନଜି ବାଧ୍ୟତାମୂଳକ

Apr 2, 2026 - 16:36
 0  1
ସହରାଞ୍ଚଳରେ ପିଏନଜି ବାଧ୍ୟତାମୂଳକ

ସବୁ ସହରାଞ୍ଚଳକୁ  ଯୋଗାଇ ଦିଆଯିବ ପିଏନଜି ସଂଯୋଗ । ଲୋକସେବା ଭବନରେ ତୈଳ କମ୍ପାନୀର ପ୍ରତିନିଧି ଏବଂ ଯୋଗାଣ ବିଭାଗ ସଚିବଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଯେଉଁ ଖାଉଟି ପିଏନଜି ସଂଯୋଗ ନେବେ, ସେମାନେ ଆଉ ବ୍ୟବହାର କରିପାରିବେ ନାହିଁ ଏଲ୍‌ପିଜି । ଆଗାମୀ ୩ ମାସ ମଧ୍ୟରେ ରାଜ୍ୟର ସମସ୍ତ ବଡ଼ ସହରରେ ଏହି ପ୍ରକ୍ରିୟା ଶେଷ କରିବାକୁ ତୈଳ କମ୍ପାନିଗୁଡ଼ିକୁ ଦିଆଯାଇଛି ନିର୍ଦ୍ଦେଶ  ।ସହରରେ ରହୁଥିବା ଭଡ଼ାଟିଆମାନେ ମଧ୍ୟ ସହଜରେ ନେଇପାରିବେ ପିଏନ୍‌ଜି ସଂଯୋଗ ।ତେବେ ଗ୍ରାମାଞ୍ଚଳରେ ପୂର୍ବଭଳି ଜାରି ରହିବ ଏଲପିଜି ସେବା । ଏହାସହ ଏଲ୍‌ପିଜି ଗ୍ରାହକଙ୍କ ପାଇଁ ବାଧ୍ୟତାମୂଳକ ହୋଇଛି  ଇ-କେୱାଇସି ।

What's Your Reaction?

like

dislike

love

funny

angry

sad

wow