ସିଜେପି ପ୍ରତିବାଦ ସଭାରେ ଅଘଟଣ: ହୃଦଘାତରେ ୭୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ

Oct 3, 2026 - 15:47
ସିଜେପି ପ୍ରତିବାଦ ସଭାରେ ଅଘଟଣ: ହୃଦଘାତରେ ୭୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ

ପ୍ରତିବାଦରେ ସାମିଲ ହୋଇଥିବା ଜଣେ ୭୫ ବର୍ଷୀୟ ବୃଦ୍ଧଙ୍କ ହୃଦଘାତରେ ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି ଠାଣେର ‘ଦୋସ୍ତି ୱେଷ୍ଟ କାଉଣ୍ଟି’ ଅଞ୍ଚଳର ଗୋପାଳକୃଷ୍ଣ ସୁବ୍ରମଣ୍ୟମ ପିଲ୍ଲାଈ । 

ମୁମ୍ବାଇର ଐତିହାସିକ ଶିବାଜୀ ପାର୍କରେ ଆୟୋଜିତ କାକରୋଚ୍ ଜନତା ପାର୍ଟି (ସିଜେପି)ର ପ୍ରତିବାଦ ସଭାରେ ଘଟିଛି ଅଘଟଣ । ପ୍ରତିବାଦରେ ସାମିଲ ହୋଇଥିବା ଜଣେ ୭୫ ବର୍ଷୀୟ ବୃଦ୍ଧଙ୍କ ହୃଦଘାତରେ ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି ଠାଣେର ‘ଦୋସ୍ତି ୱେଷ୍ଟ କାଉଣ୍ଟି’ ଅଞ୍ଚଳର ଗୋପାଳକୃଷ୍ଣ ସୁବ୍ରମଣ୍ୟମ ପିଲ୍ଲାଈ ।

ସୂଚନା ଅନୁସାରେ, ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)କୁ ନେଇ ଅନିୟମିତତା ଅଭିଯୋଗ କରି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଶୁକ୍ରବାର ସିଜେପି ପକ୍ଷରୁ ଶିବାଜୀ ପାର୍କରେ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା । ଏହି ସଭାରେ ଯୋଗଦେବା ପାଇଁ ପିଲ୍ଲାଈ ଅପରାହ୍ନ ପ୍ରାୟ ୪ଟା ୩୦ରେ ଶିବାଜୀ ପାର୍କରେ ପହଞ୍ଚିଥିଲେ ।

ତେବେ ପ୍ରତିବାଦ ଚାଲିଥିବା ସମୟରେ ପ୍ରାୟ ୫ଟା ବେଳେ ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ଘଟଣାସ୍ଥଳରେ ଥିବା ତାଙ୍କ ସାଙ୍ଗସାଥୀ ଏବଂ ପୁଲିସ କର୍ମଚାରୀମାନେ ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ । ହେଲେ ଚିକିତ୍ସା ସତ୍ତ୍ୱେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପୁଲିସ ସୂଚନା ଅନୁସାରେ, ପ୍ରତିବାଦ ସଭା ପାଇଁ ଅନୁମତି ନିଆଯାଇନଥିବା ବେଳେ ଅପରାହ୍ନ ୪ଟାରୁ ଏଠାରେ ଲୋକଙ୍କ ସମାଗମ ଆରମ୍ଭ ହୋଇଥିଲା। ଅତ୍ୟଧିକ ଖରା ସତ୍ତ୍ୱେ ହଜାର ହଜାର ଲୋକ ଶିବାଜୀ ପାର୍କରେ ଏକାଠି ହୋଇଥିଲେ । ଏହି ବିଶାଳ ଜନସମାଗମ ମଧ୍ୟରେ ୭୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟଣା ପ୍ରତିବାଦ ସଭାରେ ଶୋକର ଛାୟା ଖେଳାଇ ଦେଇଛି । 

What's Your Reaction?

like

dislike

love

funny

angry

sad

wow