ସ୍ୱାଭାବିକ ହେଉଛି ପେଟ୍ରୋଲ ପମ୍ପ

May 17, 2026 - 16:37
 0  0
ସ୍ୱାଭାବିକ ହେଉଛି ପେଟ୍ରୋଲ ପମ୍ପ

ରାଜଧାନୀ ଭୁବନେଶ୍ୱରେ ସ୍ୱାଭାବିକ ହେଉଛି ପେଟ୍ରୋଲ ପମ୍ପ  । ଗତକାଲି ସନ୍ଧ୍ୟାରୁ ଭିଡ଼ କମିଥିବାବେଳେ ରାଜ୍ୟରେ ତେଲ ସଙ୍କଟ ଆସନ୍ତା ୨ରୁ ୩ ଦିନ ଭିତରେ ସମ୍ପୂର୍ଣ୍ଣ ଭାବେ ସ୍ବାଭାବିକ ହେବ । ଅନ୍ୟପଟେ ରାଜ୍ୟରେ ଗତ ୫ ଦିନରେ ୧୫ ଦିନର ତେଲ ବିକ୍ରି ହୋଇଛି । ବର୍ତ୍ତମାନ ଆମ ପାଖରେ ମହଜୁଦ ରହିଛି ପ୍ରଚୁର ତୈଳ । ଷ୍ଟକ୍ ଥାଇ ବିକ୍ରି କରିନଥିବା ଡିଲରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ । ତେଲ ସଙ୍କଟ ନେଇ ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସାଧାରଣ ସମ୍ପାଦକ ସଞ୍ଜୟଙ୍କ ସୂଚନା ଅନୁସାରେ , " ସ୍ୱାଭାବିକ ରହିଛି କଟକ ଭୁବନେଶ୍ୱରରେ ସ୍ଥିତି । ପୂର୍ବ ୫ ଦିନରେ ୧୫ ଦିନର ତେଲ ବିକ୍ରି ହୋଇଛି । ଆସନ୍ତା ୪-୫ ଦିନ ପର୍ୟ୍ୟନ୍ତ ପେଟ୍ରୋଲ ବ୍ୟବସାୟ ପ୍ରଭାବିତ ହେବ । ଆସନ୍ତା ୨ରୁ୩ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇଯିବ ସ୍ଥିତି । ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ସବୁ ପେଟ୍ରୋଲ ପମ୍ପ ଗୁଡିକରେ ତେଲ ଉପଲବ୍ଧ ହୋଇଯିବ ।"

What's Your Reaction?

like

dislike

love

funny

angry

sad

wow