ହଠାତ୍ ଦିଲ୍ଲୀ ମୁହାଁ ଅଭିଜିତ ଦୀପକେ, ଜ୍ଞାନେଶ କୁମାରଙ୍କୁ ନେଇ କରିପାରନ୍ତି ବଡ଼ ଘୋଷଣା !
CJP ପ୍ରତିଷ୍ଠାତା ଅଭିଜିତ ଦୀପକେ ହଠାତ୍ ଦିଲ୍ଲୀ ଗସ୍ତରେ ବାହାରିଛନ୍ତି। ମହାରାଷ୍ଟ୍ର-ଗୁଜରାଟ ସୀମାରୁ ପ୍ରାୟ ୬ ଘଣ୍ଟା ଡ୍ରାଇଭ୍ କରି ଫେରିବା ସହ ଏନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। SIR ପ୍ରକ୍ରିୟାକୁ ନେଇ ଚର୍ଚ୍ଚା ମଧ୍ୟରେ ଦିଲ୍ଲୀରେ ତାଙ୍କ ପ୍ରେସ୍ କନଫରେନ୍ସ ହେବ ।
ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପକେ ହଠାତ୍ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି । ମହାରାଷ୍ଟ୍ର-ଗୁଜରାଟ ସୀମାରେ ଥିବା ବେଳେ ଦିଲ୍ଲୀ ଯିବା ପାଇଁ ପ୍ରାୟ ୬ ଘଣ୍ଟା ଡ୍ରାଇଭ୍ କରି ଫେରିଥିବା ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ଦୀପକେ । ତାଙ୍କ ପୋଷ୍ଟରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ମଧ୍ୟ ଟ୍ୟାଗ୍ କରାଯାଇଛି ।
ଦିଲ୍ଲୀରେ ପହଞ୍ଚିବା ପରେ ଅଭିଜିତ ଦୀପକେ ଏକ ପ୍ରେସ୍ କନଫରେନ୍ସ କରିବେ ବୋଲି ଜଣାପଡ଼ିଛି । ତାଙ୍କ ସହ ସିଜେପିର ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କା ମଧ୍ୟ ଦିଲ୍ଲୀ ଯାଉଥିବା କୁହାଯାଇଛି । ନିର୍ବାଚନ କମିଶନଙ୍କ ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ ପ୍ରକ୍ରିୟାକୁ ନେଇ ଚର୍ଚ୍ଚା ମଧ୍ୟରେ ଏହି ଘଟଣା ସାମ୍ନାକୁ ଆସିଛି । ସିଜେପି ପକ୍ଷରୁ ଦିଲ୍ଲୀରେ ହେବାକୁ ଥିବା ପ୍ରେସ୍ କନଫରେନ୍ସକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପ୍ରଥମେ ଦ୍ୱିପ୍ରହର ୧୨ଟାରେ ପ୍ରେସ୍ କନଫରେନ୍ସ ହେବାର ସୂଚନା ଥିଲା । ପରେ ଏହାର ସମୟ ପରିବର୍ତ୍ତନ କରାଯାଇ ୨ଟା କରାଯାଇଛି ।
ତେବେ ପ୍ରେସ୍ କନଫରେନ୍ସରେ ଅଭିଜିତ ଦୀପକେ କେଉଁ ପ୍ରସଙ୍ଗ ଉଠାଇବେ କିମ୍ବା କ'ଣ ଘୋଷଣା କରିବେ, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ । ଜ୍ଞାନେଶ କୁମାରଙ୍କୁ ନେଇ ତାଙ୍କ ସୋସିଆଲ ମିଡିଆ ପୋଷ୍ଟ ଏବଂ ହଠାତ୍ ଦିଲ୍ଲୀ ଗସ୍ତ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
What's Your Reaction?