ହୀରାକୁଦର ଆଉ ୩ ଗେଟ୍ ଖୋଲା, ଏବେ ୮ଟି ଗେଟ୍ ଦେଇ ଜଳ ନିଷ୍କାସନ

Sep 26, 2026 - 10:11
ହୀରାକୁଦର ଆଉ ୩ ଗେଟ୍ ଖୋଲା, ଏବେ ୮ଟି ଗେଟ୍ ଦେଇ ଜଳ ନିଷ୍କାସନ

ମହାନଦୀରେ ବଢୁଛି ଜଳପ୍ରବାହ, ଏହାରି ଭିତରେ ହୀରାକୁଦ ଡ୍ୟାମର ଆଉ ୩ଟି ଗେଟ୍ ଖୋଲାଯାଇଛି । ଏବେ ମୋଟ ୮ଟି ଗେଟ୍ ଦେଇ ହୀରାକୁଦରୁ ଜଳ ନିଷ୍କାସନ ହେଉଛି । ଗତକାଲି ଦୁଇଟି ପର୍ଯ୍ୟାୟରେ ହୀରାକୁଦ ଡ୍ୟାମର ୪ଟି ଗେଟ୍ ଖୋଲାଯାଇଥିଲା । 

 ମହାନଦୀରେ ବଢୁଛି ଜଳପ୍ରବାହ, ଏହାରି ଭିତରେ ହୀରାକୁଦ ଡ୍ୟାମର ଆଉ ୩ଟି ଗେଟ୍ ଖୋଲାଯାଇଛି । ଏବେ ମୋଟ ୮ଟି ଗେଟ୍ ଦେଇ ହୀରାକୁଦରୁ ଜଳ ନିଷ୍କାସନ ହେଉଛି । ଗତକାଲି ଦୁଇଟି ପର୍ଯ୍ୟାୟରେ ହୀରାକୁଦ ଡ୍ୟାମର ୪ଟି ଗେଟ୍ ଖୋଲାଯାଇଥିଲା । ଏବେ ଆଉ ୩ଟି ଗେଟ୍ ଖୋଲିବା ପରେ ଜଳ ନିଷ୍କାସନ ପାଇଁ ମୋଟ ୮ଟି ଗେଟ୍ ସକ୍ରିୟ ହୋଇଛି ।

ସୂଚନା ଅନୁସାରେ, ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୯.୫୬ ଫୁଟ୍ ରହିଛି। ଡ୍ୟାମର ଜଳସ୍ତର ଓ ଉପରମୁଣ୍ଡରୁ ଆସୁଥିବା ଜଳପ୍ରବାହକୁ ନଜରରେ ରଖି ଗେଟ୍ ଖୋଲାଯାଉଛି । ତେବେ ଏକାଥରକେ ଗେଟ୍ ସଂଖ୍ୟା ବଢ଼ିବା ପରେ ତଳମୁଣ୍ଡରେ ମହାନଦୀର ଜଳପ୍ରବାହ ଉପରେ ମଧ୍ୟ ନଜର ରହିଛି । ନଦୀକୂଳିଆ ଅଞ୍ଚଳର ଲୋକଙ୍କୁ ଜଳସ୍ତର ଓ ପ୍ରଶାସନର ପରବର୍ତ୍ତୀ ସୂଚନା ପ୍ରତି ସତର୍କ ରହିବାକୁ କୁହାଯାଇଛି ।

What's Your Reaction?

like

dislike

love

funny

angry

sad

wow