୧୬ ବର୍ଷରୁ କମ୍ ବୟସର ପିଲା ବ୍ଯବହାର କରିପାରିବେନି ଫେସବୁକ,ଇନଷ୍ଟାଗ୍ରାମ ଓ ଏକ୍ସ
ଏଣିକି ୧୬ ବର୍ଷରୁ କମ୍ ବୟସର ପିଲା ବ୍ଯବହାର କରିପାରିବେନି ଫେସବୁକ,ଇନଷ୍ଟାଗ୍ରାମ ଓ ଏକ୍ସ । ଅଷ୍ଟ୍ରେଲିଆର ଉଭୟ ସଦନରେ ଗୃହୀତ ହୋଇଛି ଏହି ଐତିହାସିକ ପ୍ରସ୍ତାବ। ଗତ ବୁଧବାର ନିମ୍ନ ସଦନରେ ଓ ଗୁରୁବାର ଉଚ୍ଚ ସଦନରେ ଗୃହୀତ ହୋଇଥିଲା ଏହି କଡା ବିଲ୍। ବିଶ୍ବରେ ପ୍ରଥମ ଥର ଲାଗି ସାମାଜିକ ଗମମାଧ୍ୟମ ଉପରେ ଲାଗିଛି ନିଷେଧାଦେଶ। ଦେଶରେ ଏହି ବିଲ୍ ପାସ୍ ହେବା ଫଳରେ କମ୍ ବୟସର ପିଲାଙ୍କ ଆକାଉଣ୍ଟ ଖୋଲିବା ଏଣିକି ହେବନି ସମ୍ଭବ । ଯେଉଁ ପ୍ଲାଟଫର୍ମ ଏହି ନିୟମ ପାଳନରେ ବ୍ଯର୍ଥ ହେବେ ସେମାନଙ୍କ ଉପରେ କରାଯାଇଛି ପ୍ରାୟ ୩୨.୬ ମିଲିୟନ ଡଲାରର ଜରିମାନା ବ୍ଯବସ୍ଥା ।
What's Your Reaction?