୭୫ ବର୍ଷ ମଧ୍ୟରେ ବଳଦ ଗାଡ଼ିରୁ ବୁଲେଟ୍ ଟ୍ରେନ୍, ଡାକ ଚିଠିରୁ ସୋସିଆଲ ମିଡିଆ ପର୍ଯ୍ୟନ୍ତ ଅଗ୍ରଗତି କରିଛି ଭାରତ: ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ପ୍ରଥମ ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ଆଇଆଇଟି ଖଡ଼ଗପୁରର ୭୫ ବର୍ଷ ପୂରଣ ଉପଲକ୍ଷେ ପଶ୍ଚିମ ମେଦିନୀପୁର ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଦ୍ବାରା ଆୟୋଜିତ ପ୍ଲାଟିନମ୍ ଜୁବିଲି ସମାରୋହରେ ଯୋଗ ଦେଇ କହିଛନ୍ତି, ଏହି ମଞ୍ଚ ଭାରତର ଅତୀତ...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ପ୍ରଥମ ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ଆଇଆଇଟି ଖଡ଼ଗପୁରର ୭୫ ବର୍ଷ ପୂରଣ ଉପଲକ୍ଷେ ପଶ୍ଚିମ ମେଦିନୀପୁର ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଦ୍ବାରା ଆୟୋଜିତ ପ୍ଲାଟିନମ୍ ଜୁବିଲି ସମାରୋହରେ ଯୋଗ ଦେଇ କହିଛନ୍ତି, ଏହି ମଞ୍ଚ ଭାରତର ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ପରସ୍ପର ସହିତ ଜଡି଼ତ। ଏହି କାର୍ଯ୍ୟକ୍ରମ କେବଳ ପ୍ରତିଷ୍ଠାନର ଗୌରବମୟ ଯାତ୍ରାକୁ ମନେ ରଖିବାର ମୁହୂର୍ତ୍ତ ନୁହେଁ, ବରଂ ସେହି ସଫଳତା ଏବଂ ନବସୃଜନକୁ ଦେଖିବାର ସୁଯୋଗ ମଧ୍ୟ, ଯାହା ଆଗାମୀ ସମୟରେ ଦେଶର ଦିଗ ନିର୍ଣ୍ଣୟ କରିବ।
ପ୍ରତିକୂଳ ପାଗ ଯୋଗୁଁ ପ୍ରଧାନମନ୍ତ୍ରୀ କଲାଇକୁଣ୍ଡ ବାୟୁସେନା ଘାଟିରେ ଅବତରଣ କରିବା ପରେ ସଡ଼କ ପଥରେ ଆଇଆଇଟି ଖଡ଼ଗପୁର କ୍ୟାମ୍ପସକୁ ଯାତ୍ରା କରିଥିଲେ। ଆଇଆଇଟି ଖଡ଼ଗପୁରର ୭୫ ବର୍ଷର ଐତିହ୍ୟ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗତ ଦଶନ୍ଧି ଧରି ଭାରତ ପ୍ରଯୁକ୍ତିବିଦ୍ୟା ଏବଂ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଗଭୀର ପରିବର୍ତ୍ତନ ଦେଖିଛି।
ଗବେଷଣା-ନବସୃଜନରେ ଅବଦାନ ଜାରି
ପ୍ରତିଦିନର ଉଦାହରଣ ଦେଇ ସେ କହିଥିଲେ ଯେ, ଏହି ୭୫ ବର୍ଷ ମଧ୍ୟରେ ଭାରତ ବଳଦ ଗାଡ଼ିରୁ ବୁଲେଟ୍ ଟ୍ରେନ୍ ଏବଂ ଡାକ ଚିଠିରୁ ସୋସିଆଲ ମିଡିଆ ବାର୍ତ୍ତା ପର୍ଯ୍ୟନ୍ତ ଯାତ୍ରା କରିଛି। ୧୯୫୧ ମସିହାରେ ପ୍ରତିଷ୍ଠିତ ଦେଶର ପ୍ରଥମ ଆଇଆଇଟି ନିରନ୍ତର ଭାବରେ ବୈଷୟିକ ଶିକ୍ଷା, ଗବେଷଣା ଏବଂ ନବସୃଜନରେ ଅବଦାନ ଜାରି ରଖିଛି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପଶ୍ଚିମବଙ୍ଗ ସର୍ବଦା ନୂତନ ଚିନ୍ତାଧାରା ଏବଂ ବିଚାରକୁ ଉତ୍ସାହିତ କରିଥାଏ। ସମାରୋହରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଦେଶର ସବୁଠାରୁ ଉଜ୍ଜ୍ୱଳ ଏବଂ ମହତ୍ୱାକାଂକ୍ଷୀ ଯୁବ ପିଢ଼ି ଭାବରେ ବର୍ଣ୍ଣନା କରି ସେ କହିଛନ୍ତି ଯେ, ଭବିଷ୍ୟତର ଲକ୍ଷ୍ୟ ଯୁବପିଢ଼ିଙ୍କ ନବସୃଜନ ଏବଂ କଠିନ ପରିଶ୍ରମ ଦ୍ୱାରା ହାସଲ ହେବ।
What's Your Reaction?