ECI ଓ SIRକୁ ନେଇ ବିଜେପିର ଅଡୁଆ, ସ୍ପଷ୍ଟୀକରଣ ଦାବିରେ NDA ସହଯୋଗୀ

Sep 26, 2026 - 10:28
ECI ଓ SIRକୁ ନେଇ ବିଜେପିର ଅଡୁଆ, ସ୍ପଷ୍ଟୀକରଣ ଦାବିରେ NDA ସହଯୋଗୀ

ଇଲେକ୍ସନ କମିସନର ଏବଂ ଏସ୍‌ଆଇଆର୍‌କୁ ନେଇ ବଢୁଛି ବିଜେପିର ଅଡ଼ୁଆ । ଏନ୍‌ଡିଏର ତିନି ସହଯୋଗୀ ଦଳ ନିର୍ବାଚନ ଆୟୋଗଙ୍କୁ ସ୍ପଷ୍ଟୀକରଣ ଦେବାକୁ ଦାବି କରିଛନ୍ତି । ଘଟଣାକୁ ନେଇ ବିରୋଧୀ ଦଳ ଚାପ ଭିତରେ ସହଯୋଗୀ ଦଳଙ୍କ ଏଭଳି ଦାବି ବିଜେପିର ଅଡୁଆ ବଢାଇଛି । 

ଇଲେକ୍ସନ କମିସନର ଏବଂ ଏସ୍‌ଆଇଆର୍‌କୁ ନେଇ ବଢୁଛି ବିଜେପିର ଅଡ଼ୁଆ । ଏନ୍‌ଡିଏର ତିନି ସହଯୋଗୀ ଦଳ ନିର୍ବାଚନ ଆୟୋଗଙ୍କୁ ସ୍ପଷ୍ଟୀକରଣ ଦେବାକୁ ଦାବି କରିଛନ୍ତି । ଘଟଣାକୁ ନେଇ ବିରୋଧୀ ଦଳ ଚାପ ଭିତରେ ସହଯୋଗୀ ଦଳଙ୍କ ଏଭଳି ଦାବି ବିଜେପିର ଅଡୁଆ ବଢାଇଛି । ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ସମ୍ବନ୍ଧରେ ଏକ ମିଡିଆ ରିପୋର୍ଟକୁ ନେଇ ଏନଡିଏ ଭିତରେ ଅସନ୍ତୋଷ ଦେଖାଦେଇଛି। ଏଲଜେପି ପରେ ଜେଡିୟୁ, ଟିଡିପି ଇସିଆଇଙ୍କୁ ସ୍ପଷ୍ଟ ଜବାବ ଦେବାକୁ ଅନୁରୋଧ କରିଛନ୍ତି ।

କେନ୍ଦ୍ର ମନ୍ତ୍ରୀ ତଥା ଏଲ୍‌ଜେପି ଅଧ୍ୟକ୍ଷ ଚିରାଗ ପାଶ୍ୱାନ ପ୍ରଥମ ଏନ୍‌ଡିଏ ସହଯୋଗୀ ଭାବେ ଇସିଆଇକୁ ଲୋକଙ୍କ ମନରେ ଥିବା ଭ୍ରାନ୍ତି ଦୂର କରିବାକୁ କହିଥିଲେ । ଏବେ ଜେଡିୟୁ ବିହାର ମୁଖ୍ୟ ତଥା ରାଜ୍ୟସଭା ସାଂସଦ ଉପେନ୍ଦ୍ର କୁଶ୍ୱାହା ମଧ୍ୟ ସ୍ପଷ୍ଟୀକରଣ ଦାବି କରି କହିଛନ୍ତି ଯେ ଏହି ବିବାଦ ଜନସାଧାରଣ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି । ଏହି ବିଷୟର ସମାଧାନ ହେବା ଉଚିତ । ଆନ୍ଧ୍ରପ୍ରଦେଶର ଟିଡିପି ରାଜ୍ୟରେ ଏସଆଇଆର କାର୍ଯ୍ୟକ୍ରମକୁ ସଫଳ ବୋଲି କହିଛି । କିନ୍ତୁ ଇସିଆଇର ସ୍ପଷ୍ଟୀକରଣ ଲାଭଦାୟକ ହେବ ବୋଲି କହିଛି ।

What's Your Reaction?

like

dislike

love

funny

angry

sad

wow