ଏମପକ୍ସର ମୁକାବିଲା ପାଇଁ କେନ୍ଦ୍ର ସରକାରଆରମ୍ଭ କରିଦେଇଛନ୍ତି ଜୋରଦାର ପ୍ରସ୍ତୁତି

Aug 20, 2024 - 15:11
 0  2
ଏମପକ୍ସର ମୁକାବିଲା ପାଇଁ କେନ୍ଦ୍ର ସରକାରଆରମ୍ଭ କରିଦେଇଛନ୍ତି ଜୋରଦାର ପ୍ରସ୍ତୁତି

ଏମପକ୍ସର ମୁକାବିଲା ପାଇଁ କେନ୍ଦ୍ର ସରକାରଆରମ୍ଭ କରିଦେଇଛନ୍ତି ଜୋରଦାର ପ୍ରସ୍ତୁତି। ଏହାକୁ ବୈଶ୍ୱିକ ସ୍ୱାସ୍ଥ୍ୟସଙ୍କଟ ଘୋଷଣା କରାଯିବା ସହ ମୁକାବିଲା ପାଇଁ ଗ୍ରହଣ କରାଯାଉଛି ସର୍ତକତା ମୂଳକ ପଦକ୍ଷେପ। ମେଡ଼ିକାଲ ଗୁଡ଼ିରେ ଇମର୍ଜେନ୍ସି ୱାର୍ଡ ପ୍ରସ୍ତୁତ ରଖିବା ସହ ବିମାନବନ୍ଦରରେ ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ ଦିଆଯାଇଛି ନିର୍ଦ୍ଦେଶ। ଏମପକ୍ସ ପ୍ରଭାବିତ ପଡୋଶୀ ଦେଶରୁ ଆସୁଥିବା ନାଗରିକଙ୍କ ଉପରେ ନଜର ରଖିବା ସହ ସ୍କ୍ରିନିଂ କରାଇବା ଉପରେ ମଧ୍ୟ ଦିଆଯାଉଛି ଗୁରୁତ୍ୱ । ଦିଲ୍ଲୀର ସଫଦରଜଙ୍ଗ୍, ଲେଡି ହର୍ଡିଙ୍ଗ ମେଡ଼ିକାଲ କଲେଜ ଓ ରାମମନୋହର ଲୋହିଆ ହସ୍ପିଟାଲକୁ ନୋଡାଲ ହସ୍ପିଟାଲରେ କରାଯାଇଛି ପରିଣତ। ରୋଗୀ ମାନଙ୍କର ଆରଟିପିସିଆର ଓ ସ୍ୱାବ୍ ଟେଷ୍ଟ କରାଯାଉଛି। ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ବି ଏମପକ୍ସ ମାମଲା ଚିହ୍ନଟ ହୋଇନଥିବା ବେଳେ ନିକଟରେ ପଡୋଶୀ ଦେଶ ପାକିସ୍ତାନରେ ୩ଟି ମାମଲା ଚିହ୍ନଟ ହୋଇଛି। 

What's Your Reaction?

like

dislike

love

funny

angry

sad

wow