ବଢ଼ିଲା ଭକ୍ତ ନିବାସର ପାର୍କିଂ ଫି
Staying at the devotee accommodations under the administration of the Puri Srimandir has become more expensive. Devotees staying at these Bhakta Nivas facilities will now have to pay ₹500 as parking fees for their four-wheeler vehicles for 24 hours. This amount includes 18 percent GST. This rule will apply to devotees and tourists staying at Nilachala Bhakta Nivas, Niladri Bhakta Nivas, as well as all other government-run Bhakta Nivas facilities in Puri.
ପୁରୀ ଶ୍ରୀମନ୍ଦିର ପ୍ରଶାସନ ଅଧିନରେ ଥିବା ଭକ୍ତନିବାସରେ ରହିବା ହେଲା ମହଙ୍ଗା।ଯେଉଁ ଶ୍ରଦ୍ଧାଳୁମାନେ ଭକ୍ତ ନିବାସରେ ରହିବେ, ସେମାନଙ୍କୁ ନିଜର ଚାରିଚକିଆ ଯାନ ପାଇଁ ୨୪ ଘଣ୍ଟାକୁ ଦେବାକୁ ପଡ଼ିବ ୫୦୦ ଟଙ୍କା ପାର୍କିଂ ଫି। ଏହି ୫୦୦ ଟଙ୍କା ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇଛି ୧୮ ପ୍ରତିଶତ ଜିଏସଟି । ପୁରୀରେ ଥିବା ନୀଳାଚଳ ଭକ୍ତ ନିବାସ, ନୀଳାଦ୍ରି ଭକ୍ତ ନିବାସ ସମେତ ଅନ୍ୟ ସମସ୍ତ ସରକାରୀ ଭକ୍ତ ନିବାସରେ ରହୁଥିବା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ମଧ୍ଯ ହେବେ ଏହି ନିୟମର ପରିସରଭୁକ୍ତ ।
What's Your Reaction?